thelifelinemedia
Latest Odisha News, Breaking News Today

କୋରାପୁଟ ନନ୍ଦପୁରରେ ଗଛକୁ ପିଟିଲା କାର, ଦୁଇ ମୃତ, ସ୍ଥାନୀୟ ଲୋକେ ବାଖଣିଲେ ଛତିଥରା ଦୃଶ୍ୟ

ପ୍ରତ୍ୟେକ ଦିନ ରାଜ୍ୟରେ ଏକାଧିକ ଦୁର୍ଘଟଣା ଘଟୁଛି ଓ ଜୀବନହାନି ହେଉଛି।ଚଳିତ ବଜେଟ ଅଧିବେଶନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ଏକ ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଗତ ୧୦ ବର୍ଷରେ ୧ ଲକ୍ଷ ୧୩ ହଜାର ୩୨୫ଟି ସଡ଼କ ଦୁର୍ଘଟଣା ମାମଲା ରୁଜୁ ହୋଇଛି

କୋରାପୁଟ: କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନନ୍ଦପୁର ଥାନା ଫାୟାର ଷ୍ଟେସନ ପାଖରେ ଏକ କାର ଗଛରେ ପିଟି ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଗୋଲୁର ଗାଁର ଲବ ଖରା ଓ ଖୁଡ଼ୁବୁ ଗାଁର ଅନନ୍ତ ପାଙ୍ଗି। ସକାଳୁ ସକାଳୁ ଏ ଦୁର୍ଘଟଣା ଘଟିଛି। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଇଛି।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କାରରେ ଥିବା ବ୍ୟକ୍ତି ହେଉଛନ୍ତି ଲବ ଖରା ଓ ଅନନ୍ତ ପାଙ୍ଗି। ଦୁର୍ଘଟଣାଗ୍ରସ୍ତ କାରରୁ ଉଦ୍ଧାର କରି ନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ପ୍ରତ୍ୟେକ ଦିନ ରାଜ୍ୟରେ ଏକାଧିକ ଦୁର୍ଘଟଣା ଘଟୁଛି ଓ ଜୀବନହାନି ହେଉଛି। ଚଳିତ ବଜେଟ ଅଧିବେଶନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ଏକ ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଗତ ୧୦ ବର୍ଷରେ ୧ ଲକ୍ଷ ୧୩ ହଜାର ୩୨୫ଟି ସଡ଼କ ଦୁର୍ଘଟଣା ମାମଲା ରୁଜୁ ହୋଇଛି । ଏହି ପରିସଂଖ୍ୟାନ ଏବେ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.