thelifelinemedia
Latest Odisha News, Breaking News Today

ବଦଳିବ ନୂଆପଡ଼ା ଭାଗ୍ୟ।:ବିକାଶ ରେସରେ ଆଗକୁ ଦୌଡ଼ିବ ନୂଆପଡ଼ା,ବିକଶିତ ହେବ ଦାଦନଗଡ଼

କଲମିଦାଦର ଗାଁ ଜଙ୍ଗଲରେ ହୀରା ପଥର ସନ୍ଧାନ ମିଳିଛି। ରତ୍ନଗର୍ଭା ଓଡ଼ିଶା ମାଟି ତଳେ ହୀରାର ସମ୍ଭାର ରହିଛି। ଯାହା ଭବିଷ୍ୟତରେ ଓଡ଼ିଶା ଅର୍ଥନୀତିକୁ ବଳ ଦେବ

ନୂଆପଡ଼ା,:ନୂଆପଡ଼ା ବ୍ଲକ ମୋଟାନୂଆପଡ଼ା ପଞ୍ଚାୟତ କଲମିଦାଦର ଗାଁରେ ମିଳିଲା ହୀରାଖଣିର ସନ୍ଧାନ। ନୂଆପଡ଼ାରେ ହୀରାଖଣି ସନ୍ଧାନ ପରେ ଜିଲ୍ଲାବାସୀ ଖୁସି କହିଲେ ନ ସରେ। ହୀରାଖଣି କେବଳ ନୂଆପଡ଼ାର ଭାଗ୍ୟ ବଦଳାଇବ ନାହିଁ ବରଂ ଓଡିଶା ଅର୍ଥନୀତିର ମେରୁଦଣ୍ଡକୁ ସଶକ୍ତ କରାଇବ। ଯେଉଁ ଅଞ୍ଚଳ ଦିନେ ମାଓପ୍ରବଣ ଭାବେ ଖ୍ୟାତି ଅର୍ଜନ କରିଥିଲା ଏବେ ସେହି ଅଞ୍ଚଳର ମାଟି ତଳେ ହୀରାର ଭଣ୍ଡାର।୨୦୧୦ରେ ସେହି ଜଙ୍ଗଲକୁ ଅନେକ ଲୋକେ ଅନଧିକାର ଭାବେ ଦଖଲ କରି ମାଟି ଖୋଳିଥିଲେ ।ଜିଲ୍ଲାରେ ଖଣି ବିଭାଗ ଅଫିସ ବି ନଥିଲା । ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ ଲୁଟତରାଜ ଚଳାଇଥିଲେ।୨୦୧୭ରେ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଲଗାଇ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲା

ବିଧାନସଭାରେ ରାଜ୍ୟ ସରକାରଙ୍କ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା କହିଛନ୍ତି ଯେ, କଲମିଦାଦର ଗାଁ ଜଙ୍ଗଲରେ ହୀରା ପଥର ସନ୍ଧାନ ମିଳିଛି। ରତ୍ନଗର୍ଭା ଓଡ଼ିଶା ମାଟି ତଳେ ହୀରାର ସମ୍ଭାର ରହିଛି। ଯାହା ଭବିଷ୍ୟତରେ ଓଡ଼ିଶା ଅର୍ଥନୀତିକୁ ବଳ ଦେବ।ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲିଥିବା ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ। ଏ ଖବର ନୂଆପଡାରେ ଖୁସି ଆଣି ଦେଇଛି। ଏଠି ହୀରାଖଣି ଖନନ ହେବ, ଅଞ୍ଚଳର ଲୋକଙ୍କ ବିକାଶ ହେବ ବୋଲି ଭାବନା ଜାଗ୍ରତ ହୋଇଛି । ଆଗକୁ ନୂଆପଡ଼ାର ଭାଗ୍ୟ ବଦଳିବ ଓ ମରୁଡ଼ି ପ୍ରପିଡ଼ିତ ଅଞ୍ଚଳ ତଥା ଦାଦନ ଗଡ଼ ବିକଶିତ ହେବ ବୋଲି ଲୋକେ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.