thelifelinemedia
Latest Odisha News, Breaking News Today

ଆଜି ବିଶ୍ୱ ପଖାଳ ଦିବସ:ଓଡ଼ିଆଙ୍କ ପ୍ରିୟ, ଓଡ଼ିଶାର ପ୍ରିୟ,ଗରିବର ସାଥୀ ଠାରୁ ଜଗନ୍ନାଥଙ୍କ ଭୋଗ ପର୍ଯ୍ୟନ୍ତ

ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି। ପଖାଳର ପ୍ରଚାର ପ୍ରସାରକୁ ବ୍ୟାପକ କରିବାକୁ ଯାଇ ଏଥର ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ପଖାଳ ପର୍ବ-୨୦୨୬'

ଭୁବନେଶ୍ୱର: ଚାଳକୁଡ଼ିଆ ଘରୁ ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ଆଜି ସବୁଠି ପଖାଳର ଆଦର ।ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି। ପଖାଳର ପ୍ରଚାର ପ୍ରସାରକୁ ବ୍ୟାପକ କରିବାକୁ ଯାଇ ଏଥର ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ପଖାଳ ପର୍ବ-୨୦୨୬’ । ପାନ୍ଥନିବାସଠାରେ ଆୟୋଜିତ ଓଡ଼ିଶା ରୋଷେଇ ପରମ୍ପରାର ଏହି ଦୁଇ ଦିନିଆ ପର୍ବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି

ଖାଲି ସାଧାରଣ ଓଡ଼ିଆ କାହିଁକି, ଓଡ଼ିଆଙ୍କ ଆରାଧ୍ୟ ଦେବତା କଳିଆ ସାଆନ୍ତ ପଖାଳକୁ ଭାରି ଭଲ ପାଆନ୍ତି। ମହାପ୍ରଭୁଙ୍କ ଛପନ ଭୋଗରେ ପଖାଳର ସ୍ଥାନ ସ୍ୱତନ୍ତ୍ର ରହିଥାଏ। ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ପଖାଳ କେବଳ ଭାତ ଆଉ ପାଣି ନୁହେଁ, ବରଂ ଶ୍ରଦ୍ଧାର ଏକ ସୁବାସିତ ଅନ୍ନ। ଓଡିଶା ଘରର ଖାଇବା ପଖାଳ ଆଜି ବିଶ୍ୱଦରବାରରେ ସ୍ୱତନ୍ତ୍ର ଖାଦ୍ଯ ଭାବରେ ପରିଗଣିତ ହୋଇଛି।

Leave A Reply

Your email address will not be published.