ସୁନା କମିଲା ସାଢ଼େ ୬ ହଜାର: ମହାଯୁଦ୍ଧ ଘନଘଟା ଭିତରେ ଶସ୍ତା ହେଲା ସୁନା, ସାମାନ୍ୟ ଆଶ୍ୱସ୍ତ ହେଲେ ଲୋକେ
ଇଣ୍ଡିଆନ ବୁଲିଅନ ଆଣ୍ଡ୍ ଜୁଏଲର୍ସ ସଂଘ ସୂଚନା ଅନୁସାରେ ରୁପା କେଜି ୧୩ ହଜାର ଟଙ୍କା ହ୍ରାସ ପାଇ ୨.୩୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୪ ହଜାର ଟଙ୍କା ହ୍ରାସ ପାଇ ୧.୫୨ ଲକ୍ଷ ଟଙ୍କା ହୋଇଛି
ଭୁବନେଶ୍ୱର:କମିଲା ସୁନା ଦର ମହାଯୁଦ୍ଧ ଭିତରେ ସୁନାରୂପା ଦର ସାମାନ୍ୟ କମିବା ଲୋକଙ୍କୁ ଆଶ୍ୱସ୍ତ ଦେଇଛି। ଆଜି ଦିନକରେ ୨୨ କ୍ୟାରେଟ୍ କମିଲା ସାଢ଼େ ୬ ହଜାର। କାଲି ୨୨ କ୍ୟାରେଟ୍ ୧୦ ଗ୍ରାମ୍କୁ ଥିଲା ୧ ଲକ୍ଷ ୪୪ ହଜାର ୩ ଶହ ଟଙ୍କା। ଆଜି ସାଢ଼େ ୬ ହଜାର କମି ୧ ଲକ୍ଷ ୩୭ ହଜାର ୭୫୦କୁ କମିଲା। ଆଜି ୨୪ କ୍ୟାରେଟ୍ ସୁନା ଦର୍ ମଧ୍ୟ ୭ ହଜାର ୧୪୦ ଟଙ୍କା କମିଲା। ୧ ଲକ୍ଷ ୫୭ ହଜାର ୪୨୦ରୁ ୧ ଲକ୍ଷ ୫୦ ହଜାର ୨୮୦କୁ କମିଲା ସୁନା ଦର।
ଇଣ୍ଡିଆନ ବୁଲିଅନ ଆଣ୍ଡ୍ ଜୁଏଲର୍ସ ସଂଘ ସୂଚନା ଅନୁସାରେ ରୁପା କେଜି ୧୩ ହଜାର ଟଙ୍କା ହ୍ରାସ ପାଇ ୨.୩୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୪ ହଜାର ଟଙ୍କା ହ୍ରାସ ପାଇ ୧.୫୨ ଲକ୍ଷ ଟଙ୍କା ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଗତ ପାଞ୍ଚଟି କାରବାର ଦିନରେ ସୁନା ୯ହଜାର ଟଙ୍କା ଓ ରୁପା ୩୧ ହଜାର ଟଙ୍କା ଶସ୍ତା ହୋଇଛି।ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଏବଂ ରୁପାର ଦାମ୍ ଅହେତୁକ ହ୍ରାସ ପାଇଛି । ଆମେରିକାରେ ସୁନା ୧.୨୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୮୩୬ ଡଲାର ହୋଇଯାଇଛି।