thelifelinemedia
Latest Odisha News, Breaking News Today

ହେରିଟେଜ୍ ହ୍ରଦ ହେବ ବିନ୍ଦୁ ସାଗର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ଲ,୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ

ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି। ଏଥି ସହିତ ପାର୍କିଂ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ ହେବ

ଭୁବନେଶ୍ୱର: ବିନ୍ଦୁ ସାଗର ପୁଷ୍କରିଣୀକୁ ହେରିଟେଜ୍ ହ୍ରଦରେ ପରିଣତ କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ । ନୂଆ କରି ଏକ ଇଣ୍ଟରପ୍ରିଟେସନ୍ ସେଣ୍ଟର କରାଯିବାର ପ୍ରସ୍ତାବ ରହିଛି। ଏଥି ସହିତ ପାର୍କିଂ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ବିନ୍ଦୁ ସାଗର ଏକ ଧର୍ମୀୟ ପୁଷ୍କରିଣୀ ତୀର୍ଥ ହେଉଥିବାରୁ ଏଠାକୁ ଲୋକେ ବହୁ ମାତ୍ରାରେ ଆସିଥାନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ବିନ୍ଦୁ ସାଗର କୂଳେ କିଛି ସମୟ ବିତାଇଥନ୍ତି ଲୋକେ । ତେଣୁ ବିନ୍ଦୁ ସାଗରର ଆଉ ଟିକେ ସୌନ୍ଦର୍ଜୀକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଯୋଜନା ଅନୁଯାୟୀ, ବିନ୍ଦୁ ସାଗରକୁ ଏକ ସୁନ୍ଦର ହେରିଟେଜ୍ ହ୍ରଦ କରାଯିବ। ୨ଟି ନୂଆ ପ୍ରକଳ୍ପ ମିଶିଛି ତେଣୁ ଏଥର ଜେଟ ଆହୁରି ବଢିବ ବୋଲି ମନ୍ତ୍ରୀ କହିଛନ୍ତି। ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି। ପୁରୁଣା ଏଜେନ୍ସି କାମ କରିବାକୁ ଚାହିଁଲାନି, ନୂଆ ଏଜେନ୍ସି କାମ କରିବ ବୋଲି ମନ୍ତ୍ରୀ ମହାଶୟ କହିଛନ୍ତି।

Leave A Reply

Your email address will not be published.