thelifelinemedia
Latest Odisha News, Breaking News Today

ଟି ଟ୍ବେଣ୍ଟି ବିଶ୍ବକପ: କଲମ୍ବୋ ବାହାରିଲା ଟିମ୍ ଇଣ୍ଡିଆ, ରବିବାର ହେବ ହାଇଭୋଲଟେଜ ମ୍ୟାଚ୍

ରବିବାର ୨ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍। ଉଭୟ ଦଳ ଏବେ ପର୍ଯ୍ୟନ୍ତ ଅପରାଜୟ ରହିଛନ୍ତି

ବ୍ୟୁରୋ: ଟ୍ବେଣ୍ଟି ବିଶ୍ବକପରେ ମହା ଲଢେ଼ଇ ପାଇଁ କଲମ୍ବୋ ବାହାରିଲା ଟିମ୍ ଇଣ୍ଡିଆ। ଆସନ୍ତା ରବିବାର ଖେଳାଯିବ ହାଇ ଭୋଲ୍ଟେଜ ମ୍ୟାଚ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଦିଲ୍ଲୀ ବିମାନବନ୍ଦରରୁ ବାହାରିଲେ ଖେଳାଳି। ଆସନ୍ତାକାଲି କଲମ୍ବୋରେ ଅଭ୍ୟାସ କରିବେ ଟିମ୍ ଇଣ୍ଡିଆ ଖେଳାଳି। ରବିବାର ୨ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍। ଉଭୟ ଦଳ ଏବେ ପର୍ଯ୍ୟନ୍ତ ଅପରାଜୟ ରହିଛନ୍ତି। କେହି ମ୍ୟାଚ ହାରି ନାହାନ୍ତି। ଏବେ ରବିବାର ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିବ।

ଭାରତ ପାକିସ୍ତାନ କେବେ ଦ୍ଵି ପାକ୍ଷିକ ସିରିଯ ଖେଳୁ ନାହାନ୍ତି। ଆଇସିସି ପ୍ରତିଯୋଗୀତାରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ବିଶ୍ଵ କ୍ରିକେଟର ନଜର ରହିଥାଏ ଭାରତ ପାକିସ୍ତାନ ମ୍ୟାଚ୍ ଉପରେ। ସବୁଠୁ ରୋମାଞ୍ଚିତ ମ୍ୟାଚ ହୁଏ ଭାରତ ପାକିସ୍ତାନ ଲଢେ଼ଇ।

Leave A Reply

Your email address will not be published.