thelifelinemedia
Latest Odisha News, Breaking News Today

ବିଧାୟିକା ଉପାସନା ମହାପାତ୍ରଙ୍କ ତିନି ମାଙ୍କଡ ଉପାଖ୍ୟାନ:ନାଁ ନନେଇ ସଞ୍ଜୟ ଦାସବର୍ମା ଓ ବିଜେଡିକୁ ଟାର୍ଗେଟ କଲେ

ଆମେ ସାଇକ୍ଲୋନ୍‌ ଭଳିଆ ଆଗେଇ ଯାଉଛୁ, ଆଉ ଅଟକିବୁ ନାହିଁ ବୋଲି ଉପାସନା କହିଛନ୍ତି।ବିଜେପିର ଯେମିତି ମିଶ୍ରଣ ଚାଲୁ ରହିଛି, ବିଜେଡିର ନିଲମ୍ବନ ପ୍ରକ୍ରିୟା ଚାଲୁ ରହିଥିବ

ଭୁବନେଶ୍ୱର: ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ତିନି ମାଙ୍କଡ ଉପାଖ୍ୟାନ। ନାଁ ନନେଇ ସଞ୍ଜୟ ଦାସବର୍ମା ଓ ବିଜେଡିକୁ ଟାର୍ଗେଟ କଲେ ଉପାସନା। କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ବିଜେପିରେ ମିଶିବା ପରେ ମାରିଲେ ତେର୍‌ଛା ବାଣ। ଆମେ ସାଇକ୍ଲୋନ୍‌ ଭଳିଆ ଆଗେଇ ଯାଉଛୁ, ଆଉ ଅଟକିବୁ ନାହିଁ ବୋଲି ଉପାସନା କହିଛନ୍ତି।ବିଜେପିର ଯେମିତି ମିଶ୍ରଣ ଚାଲୁ ରହିଛି, ବିଜେଡିର ନିଲମ୍ବନ ପ୍ରକ୍ରିୟା ଚାଲୁ ରହିଥିବ।

ଉପାସନା କହିଛନ୍ତି, ବିଜେଡିରୁ ନିଲମ୍ବନ ଓ ବହିଷ୍କାର ହୋଇ ହୋଇ ଶେଷରେ ୩ ଜଣହିଁ ରହିବେ । ୩ ଜଣରୁ ଜଣେ ତାମିଲ, ଜଣେ ଉପକୂଳିଆ ନେତା, ଆଉ ଜଣେ ନିଜେ ବିଜେଡି ମୁଖିଆ। ଗାନ୍ଧୀଜୀଙ୍କର ୩ ମାଙ୍କଡ଼ ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ। ମାତ୍ର, ବିଜେଡ଼ି ରାଜ୍ୟର କିଛି ଭଲ ନଦେଖିବା, ନଶୁଣିବା ଓ ନକହିବା ଧାରାରେ ଚାଲିଛି ବୋଲି କହି ବିଜେପି ବିଧାୟିକା ଉପାସନା ମହାପାତ୍ର ତେରେଛା ବାଣ ମାରିଛନ୍ତି।

Leave A Reply

Your email address will not be published.