ଆସିଲା କୋର୍ଟଙ୍କ ରାୟ: ହଟିଲା ପ୍ରତିବନ୍ଧକ, ମଞ୍ଚ ଚଢ଼ିବେ ପୀୟୁଷ
ଯାତ୍ରା ମଞ୍ଚରେ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅଭିନୟ କରିବାକୁ ଅନୁମତି ମିଳିଛି । ପୀୟୂଷଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । କୋର୍ଟଙ୍କ ଅନୁମତି ମିଳିଥିବା ନେଇ ପୀୟୂଷଙ୍କ ଓକିଲ ବିଭୁ ତ୍ରିପାଠୀ ସୂଚନା ଦେଇଛନ୍ତି
ଭୁବନେଶ୍ବର: ମୋ ପାଇଁ ଖୁସିର ମୁହୂର୍ତ୍ତ କହିଲେ ପୀୟୂଷ। ଆଜି ମୋର ନାଟକ ନାହିଁ, କାଲିଠୁ ମଞ୍ଚରେ ଚଢ଼ିବି। ବିବାଦ, ଖରାପ ସମୟରୁ ଦୂରେଇକି କେବଳ ନାଟକ କରିବି। ସମୟ ଖରାପ ଥିଲା, ଖରାପ ସମୟ ଚାଲିଗଲା; କେବଳ ନାଟକ କରିବି। କୋର୍ଟଙ୍କ ରାୟ ଆସିବା ପରେ କିଛି ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୁଷ ତ୍ରିପାଠୀ। ଯାତ୍ରା ମଞ୍ଚରେ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅଭିନୟ କରିବାକୁ ଅନୁମତି ମିଳିଛି । ପୀୟୂଷଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । କୋର୍ଟଙ୍କ ଅନୁମତି ମିଳିଥିବା ନେଇ ପୀୟୂଷଙ୍କ ଓକିଲ ବିଭୁ ତ୍ରିପାଠୀ ସୂଚନା ଦେଇଛନ୍ତି । ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଛନ୍ତି କୋର୍ଟ ।
ପୂର୍ବରୁ ମଞ୍ଚ ମନା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ । ସେ କହିଥିଲେ ମଞ୍ଚ ଛାଡିବିନି । ଯାତ୍ରା କରି ଭୁଲ ହୋଇଛି କିନ୍ତୁ ବଡ ଅପରାଧ କରିନି । କଳାକାରଙ୍କୁ ମଞ୍ଚଠୁ ଦୂରେଇ ରଖିବା ଠିକ୍ ନୁହେଁ ବୋଲି ପୀୟୁଷ କହିଥିଲେ। ଏବେ କୋର୍ଟଙ୍କ ରାୟ ଆସିବା ପରେ ଯତ୍ରପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।