thelifelinemedia
Latest Odisha News, Breaking News Today

ଆମେରିକା ତୁଷାରପାତ ଯୋଗୁଁ ଭୟଙ୍କର ଦୁର୍ଘଟଣା: ଜନଜୀବନ ପ୍ରଭାବିତ, ଆହୁରି ବିଗିଡ଼ିପାରେ ସ୍ଥିତି

ପ୍ରବଳ ତୁଷାରପାତ ଓ ଅତ୍ୟନ୍ତ ଦୁର୍ବଳ ଦୃଶ୍ୟମାନ୍ୟତା ଯୋଗୁ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ରାଜପଥରେ ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହିତ ପଛକୁ ପଛ ଧକ୍କା ହୋଇଛନ୍ତି

ବ୍ୟୁରୋ: ଆମେରିକାରେ ମଧ୍ୟ-ପଶ୍ଚିମ ଅଞ୍ଚଳରେ ପ୍ରବଳ ତୁଷାରପାତ ଚିନ୍ତାର କାରଣ ହୋଇଛି। ଯୁଆଡ଼େ ଚାହିଁବ ସିଆଡେ ଖାଲି ବରଫ ଆଉ ବରଫ। ଧଳା ଚାଦରରେ ଆଚ୍ଛାଦିତ ହୋଇ ପଡ଼ିଛି ପୁରା ଅଞ୍ଚଳ।ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଦେଇଛି। ଏହି ଝଡ଼ର ସବୁଠାରୁ ଖରାପ ପ୍ରଭାବ ମିସିଗାନ ରାଜ୍ୟରେ ଦେଖିବାକୁ ମିଳିଛି। ପ୍ରବଳ ତୁଷାରପାତ ଓ ଅତ୍ୟନ୍ତ ଦୁର୍ବଳ ଦୃଶ୍ୟମାନ୍ୟତା ଯୋଗୁ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ରାଜପଥରେ ୧୦୦ରୁ ଅଧିକ ଗାଡ଼ି ପରସ୍ପର ସହିତ ପଛକୁ ପଛ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାକୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସବୁଠାରୁ ଗୁରୁତର ଶୀତକାଳୀନ ଘଟଣା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଦୁର୍ଘଟଣା ସମୟରେ ପ୍ରବଳ ତୁଷାରପାତ ହେଉଥିଲା। ରାସ୍ତା ଧଳା ବରଫର ଚାଦରରେ ଆଚ୍ଛାଦିତ ହୋଇଥିଲା। ଯାହା ଫଳରେ ସ୍ପଷ୍ଟ ଭାବରେ ଦେଖିବା କଷ୍ଟକର ହୋଇପଡ଼ିଥିଲା

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଗୋଟିଏ ଗାଡ଼ି ହଠାତ୍ ରାସ୍ତାରୁ ଖସିଯାଇଥିଲା। ପଛରେ ଥିବା ଗାଡ଼ିଗୁଡ଼ିକ ସମୟ ମଧ୍ୟରେ ବ୍ରେକ୍ ଦେଇପାରିଲେ ନାହିଁ। ଫଳରେ ପଛକୁ ପଛ ଗୋଟିଏ ପରେ ଗୋଟିଏ ଗାଡ଼ି ଧକ୍କା ହୋଇଥିଲା। କିଛି ସେକେଣ୍ଡ ମଧ୍ୟରେ ଏହା ଏକ ବଡ଼ ଦୁର୍ଘଟଣାରେ ପରିଣତ ହୋଇଥିଲା। ଚାଳକମାନେ ନିଜ ନିଜ ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ସମୟ ପାଇଡ଼ଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡିଛି । ତେବେ ଆଗକୁ ଆହୁରି ତୁଷାରପାତ ଜାରି ରହିବା ନେଇ ଆକଳନ କରିଛି ସେଠାକାର ପାଣିପାଗ ବିଭାଗ। ଏ ନେଇ ସତର୍କ ରହିବା ପାଇଁ ଳୋକଙ୍କୁ ପରାମର୍ଶ ଦେଇଛି ସ୍ଥାନୀୟ ପ୍ରଶାସନ।

Leave A Reply

Your email address will not be published.