ଡରାଉଛି ସୁନା ଦର: ଦେଢ ଲକ୍ଷ ଟପିଲା ସୁନା, ରୁପା ଦର ଛୁଇଁଲା ସାଢେ଼ ତିନି ଲକ୍ଷ ଟଙ୍କା
ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୨୧୩୦ ଟଙ୍କା ବୃଦ୍ଧି ପାଇ ୧,୪୮,୩୭୦ ଟଙ୍କାରେ ପହଞ୍ଚିଛି ।ଯାହା ସର୍ବକାଳୀନ ରେକର୍ଡ
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଦେଖୁ ଦେଖୁ ଦେଢ଼ ଲକ୍ଷ ଟପିଗଲା ସୁନା ଦର। ଇତିହାସରେ ପ୍ରଥମ ଥର ଏଭଳି ସୁନା ଦର ଆକାଶଛୁଆଁ ହୋଇଛି। ଖାଲି ସୁନା ନୁହେଁ, ରୂପା ଦର ମଧ୍ୟ ଲୋକଙ୍କୁ ଡରାଇଲାନି। କେଜି ପିଛା ସାଢେ଼ ତିନି ଲକ୍ଷ ଟଙ୍କା ଟପିଛି ରୂପା ଦର । ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଭୁବନେଶ୍ବର ବଜାରରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୨୧୩୦ ଟଙ୍କା ବୃଦ୍ଧି ପାଇ ୧,୪୮,୩୭୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୯୫୦ ଟଙ୍କା ମହଙ୍ଗା ହୋଇ ୧,୩୬,୦୦୦ ଟଙ୍କାରେ ପହଞ୍ଚିଛି। ଗତ ୨୦ ଦିନ ମଧ୍ୟରେ ସୁନା ଦର ପ୍ରାୟ ୯.୮୫ ପ୍ରତିଶତ ବଢ଼ିସାରିଲାଣି।
ସେହିପରି ରୁପା ଦର ଅଧିକ ମାତ୍ରାରେ ବଢ଼ୁଛି। ଗତ ୨୦ ଦିନ ମଧ୍ୟରେ ଏହାର ଦର ୨୮.୯୧ ପ୍ରତିଶତ ବଢ଼ିଯାଇଛି। ଜାନୁଆରି ପହିଲାରେ ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ୍ ପିଛା ୨,୫୬,୦୦୦ ଟଙ୍କା ଥିଲା। କିନ୍ତୁ ଏବେ ଏହା ବଢ଼ି ସାଢେ଼ ତିନି ଲକ୍ଷ ଟଙ୍କା ଟପିଛି।