thelifelinemedia
Latest Odisha News, Breaking News Today

ବିଜେପିରେ ନୀତିନ ଯୁଗ ଆରମ୍ଭ: 45 ବର୍ଷ ବୟସରେ ବିଜେପିର ସର୍ବ କନିଷ୍ଠ ଅଧ୍ୟକ୍ଷ, ଆଗକୁ ରହିଛି ଅନେକ ଆହ୍ବାନ

ଲୋକସଭା ନିର୍ବାଚନ ୨୦୨୪ ପରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ନଡ୍ଡାଙ୍କ ବିକଳ୍ପ ଭାବେ ନୀତିନ ନବୀନଙ୍କୁ ଚୟନ କରାଯାଇଥିଲା

ନୂଆଦିଲ୍ଲୀ: ବିଜେପିରେ ଆରଂଭ ହେଲା ନୀତିନ ନବୀନ ଯୁଗ। ସର୍ବ କନିଷ୍ଠ ନେତା ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନ ନିଦ୍ଦ୍ୱର୍ନ୍ଦ୍ୱରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସର୍ବସମ୍ମତିକ୍ରମେ ବିଜେପିର ଦ୍ୱାଦଶ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ତାଙ୍କ ସପକ୍ଷରେ ମୋଟ ୩୭ ସେଟ୍ ନାମାଙ୍କନପତ୍ର ଦାଖଲ କରାଯାଇଥିଲା।

ଲୋକସଭା ନିର୍ବାଚନ ୨୦୨୪ ପରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ନଡ୍ଡାଙ୍କ ବିକଳ୍ପ ଭାବେ ନୀତିନ ନବୀନଙ୍କୁ ଚୟନ କରାଯାଇଥିଲା । ବିଜେପି ନୀତିନଙ୍କୁ ଡିସେମ୍ବରରେ ପାର୍ଟି କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରି ସମସ୍ତଙ୍କୁ ଚକିତ କରିଥିଲା । ଏବେ ସେ ସ୍ଥାୟୀ ଭାବେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଆଗକୁ 2029 ସଧାରଣ ନିର୍ବାଚନ ପୂର୍ବରୁ ନୀତିନ ନବୀନଙ୍କ ଭଳି ଜଣେ ଯୁବନେତାକୁ ଦାୟିତ୍ୱ ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ।

Leave A Reply

Your email address will not be published.