ଭୁବନେଶ୍ୱର ୧ ନଂ ହାଟରେ ଲାଗିଲା ନିଆଁ:କେହି ମୃତାହତ ହୋଇନଥିବା ସୂଚନା
ଭୁବନେଶ୍ୱର ୧ ନମ୍ବର ହାଟ ଅନୁଧ୍ୟାନ କଲେ ବିଏମସି କମିଶନର। ବିଏମସି କମିଶନର ଚଞ୍ଚଳ ରଣାଙ୍କ ପ୍ରତିକ୍ରିୟା। ପ୍ଲାଷ୍ଟିକ ବହୁଳ ମାତ୍ରରେ ବ୍ୟବହାର କରୁଛନ୍ତି କିଛି ବ୍ୟବସାୟୀ।ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରିଦେଇଛନ୍ତି କିଛି ବ୍ୟବସାୟୀ
ଭୁବନେଶ୍ଵର:ରାତି ପାଖାପାଖି ୧ଟା। ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଅଁା ଲାଗିଥିଲା। ଚାହୁଁଚାହୁଁ ନିଆଁରଭୟଙ୍କର ରୂପ ଦେଖିବାକୁ ମିଳିଥିଲା। କେହିକିଛି ବୁଝିବା ଆଗରୁ ନିଆଁ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା।ଅନ୍ୟପଟେ ଘଟଣା ବାବଦରେ ସୂଚନା। ପାଇବା ପରେ ଆରମ୍ଭ ହୋଇଯାଇଥିଲା ନିଆଁ ଲିଭା କାମ।ଆଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ନିଆଁକୁ ଆୟତ୍ତ କରାଯାଇଛି ବୋଲି ଫାୟାର ଡିଜି କହିଛନ୍ତି।ଭୟାବହ ଅଗ୍ନିକାଣ୍ଡ ଘଟିଥିଲେ ବି କେହି ମୃତାହତ ହୋଇନାହାଁନ୍ତି।’ଏଭଳି ଅଘଟଣ ରୋକିବାକୁ ଏକ ବଡ଼ ପାଣି ଟାଙ୍କି ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କିନ୍ତୁ ପାଣି ଟାଙ୍କି ତିଆରି ପାଇଁ ବ୍ୟବସାୟୀମାନେ ଜାଗା ଛାଡ଼ିବା ଦରକାର।ଅବ୍ୟବସ୍ଥିତ ହୋଇ ରହିଛି ବଜାର, ଯିବା ଆସିବା ପାଇଁ ବାଟ ନାହିଁ।ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ବନ୍ଦୋବସ୍ତ କରିବା ଆବଶ୍ୟକତା ରହିଛି
ଅନ୍ୟପଟେ ଭୁବନେଶ୍ୱର ୧ ନମ୍ବର ହାଟ ଅନୁଧ୍ୟାନ କଲେ ବିଏମସି କମିଶନର। ବିଏମସି କମିଶନର ଚଞ୍ଚଳ ରଣାଙ୍କ ପ୍ରତିକ୍ରିୟା। ପ୍ଲାଷ୍ଟିକ ବହୁଳ ମାତ୍ରରେ ବ୍ୟବହାର କରୁଛନ୍ତି କିଛି ବ୍ୟବସାୟୀ।ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରିଦେଇଛନ୍ତି କିଛି ବ୍ୟବସାୟୀ।ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ୱୀକୃତି ମିଳିଛି।ଏନେଇ DPR ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା।ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ଏସଆରସି।