thelifelinemedia
Latest Odisha News, Breaking News Today

ବଢ଼ିଲା ମଧ୍ଯପ୍ରାଚ୍ୟ ଉତ୍ତେଜନା: ଆମେରିକା ଯୋଗୁଁ ବିଗୁଡୁଛି ସ୍ଥିତି,  ଟ୍ରମ୍ପଙ୍କ ଟାରିଫ ମାଡ଼ରେ ଆକ୍ତା ମାକ୍ତା ୟୁରୋପୀୟ ଦେଶ

ଶୁଳ୍କ ଦ୍ବାରା ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡ୍‌ ଏବଂ ଫିନ୍‌ଲାଣ୍ଡ୍‌ ପ୍ରଭାବିତ ହେବାକୁ ଯାଉଥିବାବେଳେ ଏ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ନେତାମାନେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି

ବ୍ୟୁରୋ:ଟ୍ରମ୍ପଙ୍କ ଏକ ଚାଟିଆ ମନୋଭାବକୁ ନେଇ ଖପ୍ପା ବିଶ୍ଵ ସମୁଦାୟ ।ୟୁରୋପୀୟ ଦେଶ ଉପରେ ଆମେରିକାର ୧୦ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା ପରେ ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଆମେରିକାର ଗ୍ରିନ୍‌ଲାଣ୍ଡ୍‌ କ୍ରୟକୁ ବିରୋଧ କରୁଥିବାରୁ ଟ୍ରମ୍ପ ଏହି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଗାଇଛନ୍ତି । ଏହି ଶୁଳ୍କ ଦ୍ବାରା ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡ୍‌ ଏବଂ ଫିନ୍‌ଲାଣ୍ଡ୍‌ ପ୍ରଭାବିତ ହେବାକୁ ଯାଉଥିବାବେଳେ ଏ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ନେତାମାନେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ଯାହାକୁ ନେଇ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଜଟିଳ ହୋଇଛି।

ଖାଲି ସେତିକି ନୁହେଁ , ଆଗକୁ ଯଦି ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ କ୍ରୟକୁ ତୀବ୍ର ବିରୋଧ ହୁଏ, ତା ହେଲେ ସେହି ଦେଶ ଗୁଡିକ ଉପରେ 25 ପ୍ରତିଶତ ଟାରିଫ ଲଗାଯିବ ବୋଲି ଆମେରିକା କହିଛି। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ଟାରିଫ ଧମକ କୁ ନେଇ ସାରା ବିଶ୍ବରେ ଚିନ୍ତା ବଢ଼ିଛି। ବିଶ୍ଵରେ ଏକ ଚାଟିଆ ଶାସନ ଚଲେଇବାକୁ ଟ୍ରମ୍ପଙ୍କ ଏଭଳି ଜିଦଖୋର ମନବୃତ୍ତି ଉପରେ ଜାତିସଂଘ ବ୍ରେକ ଲଗେଇବାର ଆବଶ୍ୟକତା ରହିଛି ବୋଲି ବିଶ୍ବନେତା କହିଛନ୍ତି।

Leave A Reply

Your email address will not be published.