ନିତିନ ନବୀନ ନୂଆ ବିଜେପି ଅଧ୍ୟକ୍ଷ: ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧୁକ୍ଷ ହେବା ସୁନିଶ୍ଚିତ,କାଲି ବିଧିବଦ୍ଧ ଭାବେ ହେବ ନାମ ଘୋଷଣା
ପାଞ୍ଚଥର ବିହାର ବିଧାୟକ ନୀତିନ ନବୀନଙ୍କୁ ଡିସେମ୍ବର ୧୪ ରେ ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଥିଲା।ନୂତନ ବିଜେପି ଅଧ୍ୟକ୍ଷଙ୍କ ଆନୁଷ୍ଠାନିକ ଘୋଷଣା ଆସନ୍ତାକାଲି କରାଯିବାର କାର୍ଯ୍ୟକ୍ରମ ରହିଛି
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳର ଜାତୀୟ ସଭାପତି ହେବାକୁ ଯାଇଛନ୍ତି ଜଣେ ସର୍ବକନିଷ୍ଠ ନେତା ଯାହାଙ୍କ ନାମ ନିତିନୀ ନବୀନ। ବିହାରର ଯୁବ ନେତା, ଦକ୍ଷ ସଂଗଠନରେ ଜବରଦସ୍ତ ଅନୁଭବ ଥିବା ଜଣେ ଯୁବ ଚେହେରା ବିଜେପିର ଜାତୀୟ ସଭାପତି ହେବାକୁ ଯାଉଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ନୀତିନ ନବୀନ ଅଧକ୍ଷ ହେବା ସୁନିଶ୍ଚିତ,କାଲି ବିଧିବଦ୍ଧ ଭାବେ ହେବ ନାମ ଘୋଷଣା ।
ପାଞ୍ଚଥର ବିହାର ବିଧାୟକ ନୀତିନ ନବୀନଙ୍କୁ ଡିସେମ୍ବର ୧୪ ରେ ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଥିଲା।ନୂତନ ବିଜେପି ଅଧ୍ୟକ୍ଷଙ୍କ ଆନୁଷ୍ଠାନିକ ଘୋଷଣା ଆସନ୍ତାକାଲି କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଘୋଷଣା ଆଗାମୀ ନିର୍ବାଚନୀ ଚ୍ୟାଲେଞ୍ଜ ପୂର୍ବରୁ ଦଳର ନେତୃତ୍ୱ ଗଠନ ସମ୍ପର୍କରେ ସ୍ପଷ୍ଟତା ପ୍ରଦାନ କରିବ ଏବଂ ଜାତୀୟ ସ୍ତରରେ ବିଜେପିର ସାଂଗଠନିକ ରଣନୀତିକୁ ଆକାର ଦେବ ବୋଲି ଆଶା କରାଯାଉଛି।