thelifelinemedia
Latest Odisha News, Breaking News Today

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସିରିଜ ପରାଜୟ : ଆସନ୍ତା ବିଶ୍ଵକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଢ଼ିଲା ଚିନ୍ତା, ପଦାରେ ପଡ଼ିଲା ଭାରତୀୟ ଦଳର ଦୁର୍ବଳତା

ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ ହେବାକୁ ଥିବାବେଳେ ଏହା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିବା ପରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଚିନ୍ତା ବଢ଼ିଛି। ଭାରତୀୟ ଦଳର ପରାଜୟ ପଛରେ ଏକ ବଡ଼ କାରଣ ହେଲା ଖରାପ ବୋଲିଂ । ଭାରତୀୟ ପିଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଆରାମରେ ଖେଳିଥିଲେ ଓ ଡାରିଲ୍ ମିଚେଲଙ୍କୁ ରୋକିବାକୁ ଭାରତୀୟ ବୋଲର ସକ୍ଷମ ହୋଇନଥିଲେ ।

 

ସେହିପରି ଦଳର ଆଉ ଏକ ଦୁର୍ବଳତା ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଖରାପ ଫର୍ମ। ଏହି ସିରିଜରେ ଭାରତୀୟ ଦଳରେ ଦେଖାଯାଇଥିବା ସବୁଠାରୁ ବଡ଼ ସମସ୍ୟା ହେଲା ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଖରାପ ଫର୍ମ। ରୋହିତ ୩ଟି ଦିନିକିଆରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରିନଥିଲେ। ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ ହେବାକୁ ଥିବାବେଳେ ଏହା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

Leave A Reply

Your email address will not be published.