ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ: ମହମ୍ମଦ ମୋକିମ
କଟକ: କଟକରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ କଂଗ୍ରେସରୁ ବହିଷ୍କୃତ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତିି, ଏ ହୋର୍ଡିଂ ଆମେ ଲଗାଇନାହୁଁ। କେହି ସମର୍ଥକ ଲଗାଇଥାଇପାରନ୍ତି। ଏଥିରେ କିଛି ଅସୁବିଧା ନାହିଁ। ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ। ସମର୍ଥକ ଆମକୁ ଅଲଗା କରିନାହାନ୍ତି।