thelifelinemedia
Latest Odisha News, Breaking News Today

ମାର୍ଚ୍ଚକୁ ଘୁଞ୍ଚିଲା PUCC ଯାଞ୍ଚ

ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି । PUCC ଅବଧି ସୀମା ବଢ଼ାଇଲେ ରାଜ୍ୟ ସରକାର । ଅବଧି ମାର୍ଚ୍ଚ ଯାଏଁ ବୃଦ୍ଧି କଲେ ସରକାର । ୨୦୨୬ ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି । ଏହା ପରେ ଅର୍ଥାତ ୧ ଏପ୍ରିଲରୁ PUCC ସାର୍ଟିଫିକେଟ୍‌ ନଥିଲେ ଆକ୍ସନ ନେବେ ସରକାର୍ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ ।

ଲୋକଙ୍କ ସମସ୍ୟା ଏବଂ ଅସୁବିଧାକୁ ଦୃଷ୍ଟିରେ ରଖି PUCC ଯାଞ୍ଚ ଅବଧି ବଢ଼ାଇଲେ ସରକାର୍ । ଫେବୃଆରି ପରିବର୍ତ୍ତେ ମାର୍ଚ୍ଚ ୩୧ ଯାଏଁ ସମୟ ଦେଲେ ସରକାର୍ । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦ୍ୟୁଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ । ଏପ୍ରିଲ ୧ ରୁ ପ୍ରଦୂଷଣ ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଆଜି ପରିବହନ ମନ୍ତ୍ରୀଙ୍କ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପରିବହନ ମନ୍ତ୍ରୀ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.