ଦୁଇ ଦିନ ଭିତରେ ଏମ୍ସରୁ ଡିସଚାର୍ଜ ହେବେ ସଙ୍ଗୀତକାର ଅଭିଜିତ ମଜୁମଦାର
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ବିପଦମୁକ୍ତ ଅଛନ୍ତି। ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଆଜି ସୂଚନା ଦେଇଛନ୍ତି।