thelifelinemedia
Latest Odisha News, Breaking News Today

ରାଜଧାନୀ ଶିଖରଚଣ୍ଡୀ ମୁଣ୍ଡିଆ ଛାଡୁନି ଦନ୍ତା: ପ୍ରବେଶ ଗେଟ୍‌ରେ ବନ ବିଭାଗର ତାଲା,ଭୋଜି କରିନପାରି ଫେରୁଛନ୍ତି ଅନେକ ପର୍ଯ୍ୟଟକ

୬ ଦିନ ହେବ ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି ହାତୀ। ଆଗକୁ କେତେଦିନ ଯାଏଁ ଶିଖରଚଣ୍ଡୀ ଲୋକଂକ ନୋ ଏଣ୍ଟ୍ରି ହେବ ତାହା କହିବା ମୁସ୍କିଲ

ଭୁବନେଶ୍ୱର:ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ ଛାଡୁନାହାଁନ୍ତି ୨ ଦନ୍ତା ହାତୀ। ଶିଖରଚଣ୍ଡୀ ମୁଣ୍ଡିଆରେ ଏଣେତେଣେ ବୁଲୁଛନ୍ତି। ବନ ବିଭାଗ ଯେତେ ଘଉଡ଼ାଇଲେ ବି ଦନ୍ତା ପାହାଡ ଛାଡି ଯାଉ ନାହାଁନ୍ତି।ହାତୀ ବୁଲୁଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ ହୋଇଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ଏଭଳି ପଦକ୍ଷେପ ନେଇଛି। ସୁରକ୍ଷା ଦୃଷ୍ଟିରୁ ଶିଖରଚଣ୍ଡୀ ପ୍ରବେଶ ଗେଟ୍‌ରେ ବନ ବିଭାଗର ତାଲା ପଡିଛି।ଭୋଜି କରିନପାରି ଫେରୁଛନ୍ତି ଅନେକ ପର୍ଯ୍ୟଟକ। ୬ ଦିନ ହେବ ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି ହାତୀ। ଆଗକୁ କେତେଦିନ ଯାଏଁ ଶିଖରଚଣ୍ଡୀ ଲୋକଂକ ନୋ ଏଣ୍ଟ୍ରି ହେବ ତାହା କହିବା ମୁସ୍କିଲ। କାହିଁକି ନା ଏଇ ପାହାଡରେ ଖାଦ୍ୟ ପାନୀୟ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ହାତୀ ଏଠାରୁ ଛାଡ଼ି ଯାଉନାହାନ୍ତି।

ନୂଆ ବର୍ଷ ଆସିଲେ ଏଠାରେ ରାଜଧାନୀ ବାସୀଙ୍କ ଭୋଜି ପାଇଁ ଗହଳି ଲାଗିଥାଏ। କିନ୍ତୁ ଏଥର ହାତୀ ପାଈଁ ଲୋକେ ଶିଖରଚଣ୍ଡୀ ଯାଇ ଫେରିଆସୁଛନ୍ତି। ପ୍ରବେଶ ପଥରେ ନୋ ଏଣ୍ଟ୍ରି ଲାଗିଥିବାରୁ ଲୋକେ ନିରାଶ ହୋଇ ଫେରିଛନ୍ତି।

Leave A Reply

Your email address will not be published.