thelifelinemedia
Latest Odisha News, Breaking News Today

ପ୍ରଧାନମନ୍ତ୍ରୀଙ୍କ ୧୨୯ ତମ ‘ମନ୍‍ କି ବାତ୍‍’:ମହାକାଶଠାରୁ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି

ଚଳିତ ବର୍ଷ ଅନେକ ସଫଳତା ପାଇଛି ଭାରତ।ମହାକାଶଠାରୁ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି। ଭାରତର ବଡ଼ ଶକ୍ତି 'ଯୁବ ଶକ୍ତି', ଦେଶ ଏହାକୁ ନେଇ ଗର୍ବ କରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ୧୨୯ ତମ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମରେ ଅନେକ କଥା ସାମ୍ନାକୁ ଆସିଛି। ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ସୁରକ୍ଷାରେ କେବେ ସାଲିସ୍ କରିନାହିଁ ଭାରତ।ଅପରେସନ୍ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦେଇଛି। ୨୦୨୫ ବର୍ଷର ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି। କହିଲେ, ଚଳିତ ବର୍ଷ ଅନେକ ସଫଳତା ପାଇଛି ଭାରତ।ମହାକାଶଠାରୁ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି। ଭାରତର ବଡ଼ ଶକ୍ତି ‘ଯୁବ ଶକ୍ତି’, ଦେଶ ଏହାକୁ ନେଇ ଗର୍ବ କରେ।ଭାରତର ବଡ଼ ଶକ୍ତି ‘ଯୁବ ଶକ୍ତି’, ଦେଶ ଏହାକୁ ନେଇ ଗର୍ବ କରେ।

ସେହିପରି ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜର ଛାପ ଛାଡ଼ିଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ଝିଅ ଦେଶର ଟେକ ରଖିଛନ୍ତି।ବନ୍ଦେ ଭାରତ ଅଭିଯାନରେ ଲୋକଙ୍କ ଉତ୍ସାହ ମିଳିଛି। ଦୁବାଇରେ କନ୍ନଡ଼ ପାଠଶାଳା ଭାଷାର ବଡ଼ ଉପଲବ୍ଧି ବୋଲି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦି।

Leave A Reply

Your email address will not be published.