ଥରୁଛି ଝାରସୁଗୁଡ଼ା: ତାପମାତ୍ରା ୬.୫ ରେକର୍ଡ, ଜାଡ଼ରେ ଥରୁଛି ଅଧା ଓଡିଶା
ଗତ ୧୫ ବର୍ଷରେ ରେକର୍ଡ ହେଲା ଡ଼ିସେମ୍ବରର ଚତୁର୍ଥ ସର୍ବନିମ୍ନ ତାପମାତ୍ରା । ଆଗକୁ ମଧ୍ଯ ଆହୁରି ଜାଡ଼ରେ ଥିରିବ ଝାରସୁଗୁଡ଼ା
ଭୁବନେଶ୍ୱର: ଝାରସୁଗୁଡାରେ ଡିସେମ୍ବରର ଚତୁର୍ଥ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ସେଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୫ ରେକର୍ଡ ହୋଇଛି। ଏଭଳି ଥଣ୍ଡାରେ ଝାରସୁଗୁଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଗତ ୧୫ ବର୍ଷରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଗତ ୧୫ ବର୍ଷରେ ରେକର୍ଡ ହେଲା ଡ଼ିସେମ୍ବରର ଚତୁର୍ଥ ସର୍ବନିମ୍ନ ତାପମାତ୍ରା । ଆଗକୁ ମଧ୍ଯ ଆହୁରି ଜାଡ଼ରେ ଥିରିବ ଝାରସୁଗୁଡ଼ା।
ପାଣିପାଗ ବିଭାଗ ସୂଚନା ମୁତାବକ ଏବେ ଅଧା ଓଡିଶା ଥଣ୍ଡାରେ ଥରୁଛି। ଆଗକୁ ଆହୁରି ପାରଦ ଖସିବ। ନୂଆବର୍ଷ ଯାଏଁ ଏଭଳି ସ୍ଥିତି ଜାରି ରହିବ। ସେହିପରି ବିଭିନ୍ନ ଜାଗାରେ ଘନ କୁହୁଡ଼ି ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ। ରାଜ୍ୟର ପୁର୍ବ ରୁ ପଶ୍ଚିମ, ଉତ୍ତ ରୁ ଦକ୍ଷିଣ ସବୁଠି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।