ବଢ଼ିଲା ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ: ଫିଲ୍ମ ପ୍ରିମିୟର ଦଳା ଚକଟା ଘଟଣାରେ ଚାର୍ଜସିଟ ଦାଖଲ, ଅଲ୍ଲୁ ଅର୍ଜୁନ ମୁଖ୍ୟ ଅଭିଯୁକ୍ତ
୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜସିଟ୍ରେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି। ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି
ହାଇଦ୍ରାବାଦ:ହାଇଦ୍ରାବାଦ ସଂଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଲ୍ଲୁଙ୍କ ଅବହେଳା ଓ ଦାୟିତ୍ବହୀନତା ପାଇଁ ତାଙ୍କୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ୍। ଏ ନେଇ ଶହେ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ହାଇଦ୍ରାବାଦ ପୋଲିସ।ଚାର୍ଜସିଟ୍ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜସିଟ୍ରେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି। ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ସଂଧ୍ୟା ଥିଏଟର ପରିଚାଳନା ସଂସ୍ଥାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
୨୦୨୪ ଡିସେମ୍ବରରେ ପୁଷ୍ପା-୨ର ପ୍ରିମିୟର ସୋ’ ହୋଇଥିଲା। ସନ୍ଧ୍ୟା ଥିଏଟର ପ୍ରିମିୟମ ସୋ ରେ ଅଲ୍ଲୁ ଅର୍ଜୁନ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ପୁଷ୍ପାରାଜଙ୍କ ଝଲକ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶିଶୁର ଗଭୀର ଆହତ ହୋଇଥିଲେ।