ମହିଳା ଡେପୁଟି କଲେକ୍ଟରଙ୍କ ଧାରଣା:କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ମିଳୁ ନ ଥିବା ଅଭିଯୋଗ
୨୦୨୨ରେ ମୟୂରଭଞ୍ଜ ବଡ଼ସାହି ତହସିଲଦାର ଭାବେ କାର୍ଯ୍ୟ ତୁଲାଇଥିଲେ।ସେତେବେଳେ ବାଲି ଦୁର୍ନୀତି ନେଇ ଦୁଇଟି ଅଭିଯୋଗ ରହିଥିଲା
ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଚାମ୍ବର ସମ୍ମୁଖରେ ଡେପୁଟି କଲେକ୍ଟର ଧାରଣା ଦେଇଛନ୍ତି। ଡେପୁଟି କଲେକ୍ଟର ମମତାଜ୍ ମହାରଣା ଧାରଣାରେ ବସିଛନ୍ତି। କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ,ଦେବଗଡ଼ରେ ଡେପୁଟି କଲେକ୍ଟର ଥିଲେ ମମତାଜ୍ ମହାରଣା।୨୦୨୨ରେ ମୟୂରଭଞ୍ଜ ବଡ଼ସାହି ତହସିଲଦାର ଭାବେ କାର୍ଯ୍ୟ ତୁଲାଇଥିଲେ।ସେତେବେଳେ ବାଲି ଦୁର୍ନୀତି ନେଇ ଦୁଇଟି ଅଭିଯୋଗ ରହିଥିଲା।
ଅନ୍ୟପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ତାଙ୍କ ନାଁରେ ଦୁର୍ନୀତିର ତଦନ୍ତ ଚାଲୁ ରହିଛି।ତଦନ୍ତ ଚାଲିଥିବାରୁ ଯୋଗ ଦେଲେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।