thelifelinemedia
Latest Odisha News, Breaking News Today

ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି: ହେଲେ ମୋ ପାଇଁ ଦରମା ଜରୁରୀ, କହୁ କହୁ କହିଦେଲେ ଗଣେଶ୍ୱର

ନବୀନ ବାବୁଙ୍କର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ,ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍‌କୁ ସମର୍ଥନ କରିଥିଲା

ଭୁବନେଶ୍ଵର: ବର୍ଦ୍ଧିତ ଦରମାକୁ ନବୀନଙ୍କ ନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା। କହିଛନ୍ତି ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ସେଥିପାଇଁ ମନା କରିଛନ୍ତି।କିନ୍ତୁ ମୁଁ ଏବଂ ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ। ନବୀନ ବାବୁଙ୍କର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ବୋଲି ଗଣେଶ୍ବର ବେହେରା କହିଛନ୍ତି। ଦଳୀୟ ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ବାରଣ କରି ନାହାନ୍ତି।

ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍‌କୁ ସମର୍ଥନ କରିଥିଲା। ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି ବୋଲି ଗଣେଶ୍ୱର କହିଛନ୍ତି ।ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି, ଲୋକେ ବୁଝିବା ଦରକାର ବୋଲି ବିଜେଡ଼ି ବରିଷ୍ଠ ବିଧାୟକ ଗଣେଶ୍ୱର କହିଛନ୍ତି।

 

Leave A Reply

Your email address will not be published.