ମାସିକିଆ ଚାନ୍ଦା ଚୁକ୍ତିରେ ଦେଶୀ ଭାଟି ସାମ୍ରାଜ୍ୟ: ପ୍ରଶାସନ ଚୁପ, ହଇରାଣ ହେଉଛନ୍ତି ନିରୀହ ଆଦିବାସୀ:: ଗଣମାଧ୍ୟମକୁ ନାଲି ଆଖି ଦେଖାଉଛନ୍ତି ମଦ ମାଫିଆ
ମାସିକ ଚାନ୍ଦା ହିସାବରେ 2 ଲକ୍ଷ ଟଂକା ଦେଇ ଏଭଳି ଅପରାଧିକ ବେପାର,ନିରୀହ ଆଦିବାସୀଙ୍କ ସହ ଖେଳ ଖେଳିବାକୁ କିଏ ପ୍ରଶୟ ଦେଉଛି:ପ୍ରଶାସନ ନ ଶୁଣେ ତେବେ ଆଗକୁ ଏହା ଜନ ଆନ୍ଦୋଳନର ରୂପ ନେବ
ରେଢାକୋଲ: ରେଢ଼ାଖୋଲରେ ମଦ ମାଫିଆଙ୍କ ଦବଙ୍ଗଗିରି। ଗଣମାଧ୍ୟମ ପ୍ରଶ୍ନ କଲେ ନାଲି ଆଖି ଦେଖାଇ ଧମକ ଦେଉଛନ୍ତି। ରେଢାଖୋଲରେ ନିରୀହ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ମଦ ମାଫିଆ ରାକେଶ ସାହୁ। ସହ ଅବକାରୀ ବିଭାଗର ମାସିକିଆ ଚାନ୍ଦା ଚୁକ୍ତି କରିଛନ୍ତି। ରାକେଶ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ରେଢ଼ାଖୋଲରେ ବେଆଇନ ଭାବେ ଗଢିଉଠିଛି ଦେଶୀ ମହୁଲି ଭାଟି। ବେଧଡକ ଓ ଅନୈତିକ ଉପାୟ ଏଠାରେ ଦେଶୀ ମଦ ଭାଟି ସାମ୍ରାଜ୍ୟ ତିଆରି କରିଛନ୍ତି ରାକେଶ ସାହୁ । ଏ ଖବର ବାବଦରେ ଆମ ପ୍ରତିନିଧି ଖୋଳତାଡ଼ କରିବା ପରେ ଅସଲ ଗୁମର ଖୋଲିଥିଲା। ଅବକାରୀ ବିଭାଗକୁ ହତଗୁଞ୍ଜା ଦେଇ ଏହି ଭାଟି ଚଳାଉଥିବା ସତ କଥା ମାନିଛନ୍ତି ମଦ ମାଫିଆ କିଙ୍ଗ ରାକେଶ। କହିଛନ୍ତି, ଆମେ ମାସିକ ଚାନ୍ଦା ହିସାବରେ 2 ଲକ୍ଷ ଟଂକା ଦେଇ ଏଭଳି ଅପରାଧିକ ବେପାର କରୁଛୁ। ସ୍ଥାନୀୟ ଅବକାରୀ ଇନ୍ସପେକ୍ଟର ମାସକୁ 1 ଲକ୍ଷ ଟଙ୍କା ଏବଂ ସବ ଇନସ୍ପେକ୍ଟର ମାସକୁ 50000 ଟଙ୍କା ଲାଞ୍ଚ ନିଅନ୍ତି। ତୁମେ ଯେତେ ଖବର ବଜେଇଲେ ବି କିଛି ଫରକ ପଡ଼ିବନି ବୋଲି ମଦ ମାଫିଆ ରାକେଶ ସାହୁ କହିଛନ୍ତି।
ଏଠି ପ୍ରଶ୍ନ, କାହା ସ୍ବାର୍ଥରେ ଏଠି କାମ କରୁଛି ସମ୍ବଲପୁର ଅବକାରୀ ବିଭାଗ। ଚାନ୍ଦା ଦେଇ ରାକେଶ ସାହୁଙ୍କ ଭଳିଆ ମଦ ମଫିଆ କେମିତି ଲୋକଂକ ଜୀବନ ସହିତ ଖେଳ ଖେଳୁଛନ୍ତି। ନିରୀହ ଆଦିବାସୀଙ୍କ ସହ ଖେଳ ଖେଳିବାକୁ କିଏ ପ୍ରଶୟ ଦେଉଛି ରାକେଶ ସାହୁଙ୍କୁ। ସ୍ଥାନୀୟ ଲୋକେ ଦାବି କରିଛନ୍ତି ଏଠାରୁ ଭାଟି ଉଠାଯାଉ। ମାସକୁ 50 ଲକ୍ଷ ଟଙ୍କା କମାଉଥିବା ରାକେଶ ସାହୁଙ୍କର ଅସଲ ମୁଖା ଖୋଲିବାକୁ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯଦି ପ୍ରଶାସନ ନ ଶୁଣେ ତେବେ ଆଗକୁ ଏହା ଜନ ଆନ୍ଦୋଳନର ରୂପ ନେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।