thelifelinemedia
Latest Odisha News, Breaking News Today

ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ:ମୋର ଶେଷ ଭରସା ବୋହୂ ଓ ନାତୁଣୀ

ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମଧ୍ୟ ଦୁଃଖଭରା କାହାଣୀ କହିଲେ। ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି, ୮ ବର୍ଷରେ ଝିଅ ବାପାଙ୍କୁ ହରାଇଲା

ଭୁବନେଶ୍ୱର: ହ୍ୟୁମାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଅଭିଯୋଗ ଦୋହରାଇଲେ ହ୍ୟୁମାନଙ୍କ ମାଆ। ମୁଁ ଯାହା କହିବା କଥା ଗଣମାଧ୍ୟମରେ କହି ସାରିଛି। ମୁଁ ଯାହା କହି ଦେଇଛି ତାହା ନିରାଟ ସତ୍ୟ ଥିଲା।ମୁଁ FIR କରି ନାହିଁ, କାରଣ ପୁତ୍ର ବିଚ୍ଛେଦରୁ ମୁକୁଳି ପାରିନି।FIR ଦେବି ନା ନାହିଁ ଏଯାଏଁ ଭାବି ପାରିନି। ମୋର ଶେଷ ଭରସା ବୋହୂ ଓ ନାତୁଣୀ ବୋଲି ହ୍ୟୁମାନଙ୍କ ମା କହିଛନ୍ତି।

ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମଧ୍ୟ ଦୁଃଖଭରା କାହାଣୀ କହିଲେ। ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି, ୮ ବର୍ଷରେ ଝିଅ ବାପାଙ୍କୁ ହରାଇଲା।ମାଆ ଆଗରୁ ଯାହା କହିଛନ୍ତି ସେଥିରେ ଶତପ୍ରତିଶତ ଏକମତ। ଯାହା ଯାହା ନାଁ ନେଇଛନ୍ତି, ଯାହା ଅଭିଯୋଗ କରିଛନ୍ତି ପୂରା ସତ। ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୨ ମ୍ୟାନେଜର, ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ ହ୍ୟୁମାନଙ୍କ ମାଆ।

Leave A Reply

Your email address will not be published.