thelifelinemedia
Latest Odisha News, Breaking News Today

ପରଲୋକରେ ହାସ୍ୟ ଅଭିନେତା ଗୁରୁ ପୃଷ୍ଟି:ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ 

ମୃତ୍ୟୁ ବେଳୁ ତାଙ୍କୁ 33 ବର୍ଷ ହୋଇଥିଲା। ଗୁରୁଙ୍କ ଦେହାନ୍ତ ଖବରରେ ଯାତ୍ରା ଜଗତରେ ଶୋକର ଛାୟା

ଭୁବନେଶ୍ୱର: ଆଉ ନାହାନ୍ତି ଯାତ୍ରା କଳାକରମାନଙ୍କ ଗୁରୁ ପୃଷ୍ଟି। ସଡ଼କ ଦୁର୍ଘଟଣାରେ ଏକ ଯୁବ କଳାକାରଙ୍କ ଦେହାନ୍ତ ହୋଇଛି। ଭଦ୍ରକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯାତ୍ରା ଜଗତର ଚର୍ଚ୍ଚିତ ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ଆଖି ବୁଜିଛନ୍ତି। ଯାତ୍ରା ଇନ୍ଦ୍ର ଭୁବନରେ କାର୍ଯ୍ୟରତ ଥିଲେ ଗୁରୁ। ମୃତ୍ୟୁ ବେଳୁ ତାଙ୍କୁ 33 ବର୍ଷ ହୋଇଥିଲା। ଗୁରୁଙ୍କ ଦେହାନ୍ତ ଖବରରେ ଯାତ୍ରା ଜଗତରେ ଶୋକର ଛାୟା ଖେଳଯାଇଛି। ସହଯୋଗୀ କଳାକାର ଓ ପ୍ରିୟଜନ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଜଣେ ଉଚ୍ଚ କୋଟୀର କଳାକାର ସହିତ ମେଲାପୀ ଲୋକ ଥିଲେ ଗୁରୁ। ପିଲା ଠୁ ବୁଢ଼ା ସମସ୍ତଙ୍କ ପାଖରେ ପ୍ରିୟର ପାତ୍ର ଥିଲେ ଗୁରୁ ପୃଷ୍ଟି। ଯୁବ କଳାକାରଙ୍କୁ ହରାଇ ଶୋକରେ ବୁଡିଛି ଯାତ୍ରା ଜଗତ।

ସୂଚନା ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚିଙ୍ଗୁଡିପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବ ଯାତ୍ରା ହାସ୍ୟାଭିନେତା ଗୁରୁ ପୃଷ୍ଟିଙ୍କର ମୃତ୍ୟୁ ଘଟିଛି। ଗୁରୁ ପୃଷ୍ଟି ରବିବାର ରାତି ପାଖାପାଖି ଆଠଟା ବେଳେ ନାଟକରେ ଅଭିନୟ କରିବା ପାଇଁ ଏକ ବାଇକ ଯୋଗେ ଭଦ୍ରକରୁ ଧାମନଗର ସେଣ୍ଡପୁରକୁ ଆସୁଥିବା ବେଳେ ଜାତୀୟ ରାଜପଥର ଚିଙ୍ଗିଡ଼ିପୁର କେନାଲ ଛକ ନିକଟରେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା।

Leave A Reply

Your email address will not be published.