ଜଳିଗଲା ନାଇଟ କ୍ଲବ୍: ଗୋଆରେ ଭଙ୍କୟଙ୍କର ଘଟଣାରେ ୨୫ ମୃତ
ନାଚଗୀତ ଚାଲିଥିବା ବେଳେ ହଠାତ୍ ନାଇଟକ୍ଲବରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ନାଇଟ୍ କ୍ଲବରେ ଥିବା ଲୋକେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।
ବ୍ୟୁରୋ:ଗୋଆରେ ନାଇଟ କ୍ଲବ୍ ଜଳି 25 ଜଣଙ୍କର ମୃତ୍ୟୁ ହୋଇଛି।ରାଜଧାନୀ ପଣଜୀଠୁ ପ୍ରାୟ ୨୫ କିମି ଦୂର ଅରପୋରା ଗାଁରେ ଥିବା ନାଇଟ କ୍ଲବ୍ ରେ ଘଟିଛି ଏଭଳି ଭୟଙ୍କର ଘଟଣା। ଯାହା ସମସ୍ତଙ୍କର ଛାତି ଥରାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୪ ଜଣ ନାଇଟକ୍ଲବର କର୍ମଚାରୀ ଥିବା ବେଳେ ୪ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି।
ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। Birch By Romeo Lane ନାଇଟ୍ କ୍ଲବ୍ ପକ୍ଷରୁ ‘Bollywood Banger Night’ର ଆୟୋଜନ କରାଯାଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସେହି ସମୟରେ ସେଠାରେ ପ୍ରାୟ ୧୦୦ ଜଣ ଲୋକ ଉପସ୍ଥିତ ଥିଲେ। ନାଚଗୀତ ଚାଲିଥିବା ବେଳେ ହଠାତ୍ ନାଇଟକ୍ଲବରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ନାଇଟ୍ କ୍ଲବରେ ଥିବା ଲୋକେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଅନେକ ସେଠାରୁ ବାହାରି ଯିବାରେ ସକ୍ଷମ ହୋଇଥିଲେ। ଘଟଣାକୁ ନେଇ ସବୁ ମହଲରେ ଦୁଃଖ ପ୍ରକାଶ ପାଇଛି। କେଉଁ ପରିସ୍ଥିତରେ ଏଭଳି ଘଟାନ ଘଟିଲା ତାକୁ ନେଇ ଖୋଳତାଡ ଆରଂଭ ହୋଇଛି।