ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ:୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛି DGCA
ବିମାନ ଚଳାଚଳ ମନ୍ତ୍ରଣାଳୟକୁ କଠୋର ମୁକାବିଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ:ବିମାନ ସେବାରେ ଅଚଳାବସ୍ଥାକୁ ନେଇ ଅଡ଼ୁଆରେ ବିମାନ ସେବାକାରୀ ସଂସ୍ଥା ଇଣ୍ଡିଗୋ। ସିଇଓ ପିଟର ଏଲବର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛି DGCA । କାହିଁକି କଣ ପାଇଁ ଏଭଳି ସ୍ଥିତି ଉପୁଜିଲା ତାର ସବିଶେଷ କାରଣ ଜଣେଇବାକୁ ନିର୍ଦ୍ଦେଶ ଦେଇଛି DGCA। ଅନ୍ୟପଟେ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କଠୋର ମୁକାବିଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଗକୁ ଯେମିତି କୌଣଷି ଯାତ୍ରୀ ବିମାନ ସେବା ଦ୍ଵାରା ହଇରାଣ ହେବେନି ତାହା ସୁନିଶ୍ଚିତ କରିବାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ।
ସେହିପରି ସମସ୍ତ ରିଫଣ୍ଡ ପ୍ରକ୍ରିୟା ସାରିବାକୁ ଇଣ୍ଡିଗୋକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାପକ ବିମାନ ବାତିଲ ଓ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସୁଗମ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଛି।