ଭାଙ୍ଗିଲା କ୍ରିକେଟର ସ୍ମୃତିଙ୍କ ବାହାଘର:ସୋସିଆଲ ମିଡିଆରେ ସ୍ମୃତି କଲେ ବଡ଼ ଖୁଲାସା
ବ୍ୟକ୍ତିଗତ କାରଣ ପାଇଁ ତାଙ୍କର ବିବାହ ଭାଙ୍ଗିଛି ଏବଂ ଏବେ ସେ ଖେଳ ଉପରେ ଧ୍ୟାନ ଦେବେ ବୋଲି ସ୍ମୃତି କହିଛନ୍ତି।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ୍ର ସ୍ମୃତି ମନ୍ଧାନା ଓ ପଲାଶ ମୁଚ୍ଛାଲଙ୍କ ବିବାହ ଭାଙ୍ଗି ଯାଇଛି। ଅର୍ଥାତ୍ ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେନି। ଦୁହିଁର ସାତ୍ ଫେରା ହେବନି। କିଛି ଦିନର ନୀରବତା ପରେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ସ୍ମୃତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ସେ ନିଶ୍ଚିତ କରିଛନ୍ତି । ଏହା ସହ ଏହି ବାହାଘର ଭାଙ୍ଗି ଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ହେଲେ କାହିଁକି ଭାଙ୍ଗିଲା ବାହାଘର ତାକୁ ନେଇ ସ୍ପଷ୍ଟ କାରଣ କହି ନାହାନ୍ତି ସ୍ମୃତି। ବ୍ୟକ୍ତିଗତ କାରଣ ପାଇଁ ତାଙ୍କର ବିବାହ ଭାଙ୍ଗିଛି ଏବଂ ଏବେ ସେ ଖେଳ ଉପରେ ଧ୍ୟାନ ଦେବେ ବୋଲି ସ୍ମୃତି କହିଛନ୍ତି।
ନଭେମ୍ବର ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ପଲାଶ ଏବଂ ସ୍ମୃତି। ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଥିଲା। ବିବାହ ପୂର୍ବରୁ ଉତ୍ସବ ଆରମ୍ଭ ହୋଇସାରିଥିଲା ।ଧୁମଧାମରେ ହଳଦୀ ଏବଂ ମେହେନ୍ଦୀ ଉତ୍ସବ ସରିଥିଲା। ସୋସିଆଲ ମିଡିଆରେ ଏ ସବୁର ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।ଏବେ ସ୍ମୃତିଙ୍କ ବାହାଘର ଭାଙ୍ଗି ଯାଇଛି।