thelifelinemedia
Latest Odisha News, Breaking News Today

ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଅନୁଭବ ମହାନ୍ତି: ମୁଖ୍ୟମନ୍ତ୍ରୀଙ୍କୁ ଜଣେଇବି ବୋଲି କହିଲେ

ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଲେ।

ଟିଟିଲାଗଡ଼: ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି। କହିଲେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ଆବଶ୍ୟକ। ରାଜ୍ୟର ବିଭିନ୍ନ ଜାଗାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି ହେଉଥିଲା ବେଳେ ଏବେ ଅନୁଭବ ମହାନ୍ତି ହ୍ୟୁମାନଙ୍କ ମୃତ୍ୟୁ ତଦନ୍ତ ଦାବି କରିଛନ୍ତି।ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଆସିଥିଲେ ଅନୁଭବ ମହାନ୍ତି। ହ୍ୟୁମାନଙ୍କ ମା’ଙ୍କୁ ଭେଟିଲେ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଲେ।। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବି ବୋଲି ଅନୁଭବ ମହାନ୍ତି କହିଛନ୍ତି।

ପୂର୍ବରୁ ବିଭିନ୍ନ ଜାଗାରେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି ନେଇ ଥାନା ରେ ମାମଲା ରୁଜୁ ହୋଇଛି। ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ତରଫରୁ ଥାନାରେ ଏଫଆଇଆର ଦିଆଯାଇଛି।

Leave A Reply

Your email address will not be published.