ରାଜନୀତିରେ ପୁଅ ବାପାର ସମ୍ପର୍କ ନାହିଁ: ପୁଅ ଓ ଭଉଣୀ ବିଜେପିରେ ମିଶିବା ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ସାମଲ
ଦଳର ସମ୍ମାନ କ୍ଷୁଣ୍ଣ ହେଲା ଭଳି କୌଣସି କାର୍ଯ୍ୟ କରାଯିବନି। ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
ଭୁବନେଶ୍ୱର: ରାଜନୀତିରେ ପୁଅ ବାପାର ସମ୍ପର୍କ ନାହିଁ ବୋଲି ପ୍ରଫୁଲ୍ଲ ସାମଲ କହିଛନ୍ତି। ଦୁଇ ପୁଅ, ଭଉଣୀ ବିଜେପିରେ ମିଶିବା ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।କହିଛନ୍ତି, ରାଜନୀତିରେ ପୁଅ ଓ ବାପାର ସମ୍ପର୍କ ନାହିଁ। ଦଳର ସମ୍ମାନ କ୍ଷୁଣ୍ଣ ହେଲା ଭଳି କୌଣସି କାର୍ଯ୍ୟ କରାଯିବନି। ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ପ୍ରଫୁଲ୍ଲଙ୍କ ବୟାନରେ କେଁ ଥିବା ବେଳେ ଅନୁମାନ କରୁଛନ୍ତି ରାଜନୀତିକ ସମୀକ୍ଷକ। ପ୍ରଫୁଲ୍ଲଙ୍କ ବିନା ଜାଣତରେ କଣ ନିଜ ପୁଅ ଓ ଭଉଣୀ ବିଜେପିରେ ସାମିଲ୍ ହୋଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିଜ ପରିବାର ଲୋକ ଦଳ ଛାଡୁଛନ୍ତି ହେଲେ ପ୍ରଫୁଲ୍ଲ କେମିତି ଅଟକାଇଲେନି ବୋଲି ରାଜନୀତି ସମୀକ୍ଷକ ପ୍ରଶ୍ନ କରିଛନ୍ତି।