ଭଦ୍ରକ ରାଜନୀତିରେ ବଡ଼ ହଲଚଲ :ବିଜେପିରେ ମିଶିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ
ଅସ୍ଥିର ହୋଇଯାଇଛି ଭଦ୍ରକ ରାଜନୀତି। ଦେଢ଼ ବର୍ଷ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେଡି ଯେଉଁ ସ୍ଥିତିରେ ଥିଲା, ଏବେ ଆଉ ତାହା ହୋଇ ରହିନାହିଁ
ଭୁବନେଶ୍ୱର: ଭଦ୍ରକରେ ବଳୁଆ ହେଳା ବିଜେପି। ବିଜେଡିକୁ ଲାଗିଲା ବଡ଼ ଝଟକା । ବିଜେଡ଼ିର ଅନ୍ୟତମ ଗଡ଼ କୁହାଯାଉଥିବା ଭଦ୍ରକରେ ରାଜନୈତିକ ହଲଚଲ। ଅସ୍ଥିର ହୋଇଯାଇଛି ଭଦ୍ରକ ରାଜନୀତି। ଦେଢ଼ ବର୍ଷ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେଡି ଯେଉଁ ସ୍ଥିତିରେ ଥିଲା, ଏବେ ଆଉ ତାହା ହୋଇ ରହିନାହିଁ।ଭଦ୍ରକ ଜିଲ୍ଲାର ୪ ଜଣ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଦୁଇ ଜଣ ଅଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ପୁଅ।
ସେହିପରି ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଫୁଲ୍ଲଙ୍କ ପୁଅ ତଥା ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ (ଲୁଲୁ), ତାଙ୍କର ସାନ ଭାଇ ତଥା ଭଣ୍ଡାରିପଖୋରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ (ଜୁଲୁ), ଉଭୟଙ୍କର ପୀଉସୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ ବିଜେପିରେ ଯୋଗଦେଇଛନ୍ତି। ସ୍ଥାନୀୟ ନେତାମାନେ ବିଜେପିରେ ସାମିଲ ହେବା ବିଜେଡି ପାଇଁ ବଡ଼ ଝଟକା ବୋଲି କୁହାଯାଉଛି।