ଇଣ୍ଡିଗୋ ବିମାନ ଚଳାଚଳରେ ଅସ୍ଥିରତା:ଯାତ୍ରୀଙ୍କ ରାଗ ଚରମରେ ସୀମାରେ
କମ୍ପାନି କ୍ଷମା ମାଗିବା ସହ ଟଙ୍କା ଫେରସ୍ତ ନେଇ ଏକ ବଡ଼ ଘୋଷଣା କରିଛି
ନୂଆଦିଲ୍ଲୀ:ଶତାଧିକ ବିମାନ ବାତିଲ ଓ ବିଳମ୍ବକୁ ନେଇ ଇଣ୍ଡିଗୋ ମୁଣ୍ଡାଇଛି ଅପବାଦ।ଇଣ୍ଡିଗୋର ପରିଚାଳନାଗତ ତ୍ରୁଟି ଯାତ୍ରୀ ହେଉଛନ୍ତି ହନ୍ତସନ୍ତ ବିମାନବନ୍ଦରରେ ମାଳ ମାଳ ଲଗେଜ୍, ବୋର୍ଡିଂ ଗେଟ୍ରେ ଅସମ୍ଭାଳ ଭିଡ଼… କହୁଛି ଯାତ୍ରୀଙ୍କ ବେଦନା । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଯାତ୍ରୀ। ହେଲେ ଆସୁନି ବିମାନ। ଯାହାକୁ ନେଇ ଦେଶର ବିଭିନ୍ନ ବିମାନବନ୍ଦରରେ ଯାତ୍ରୀଙ୍କ ଅସନ୍ତୋଷ ପରିଲକ୍ଷିତ ହୋଇଛି।ଲଗାତାର ଚାରି ଦିନ ଧରି ଦେଶର ସମସ୍ତ ପ୍ରମୁଖ ବିମାନବନ୍ଦରରେ ବିଶୃଙ୍ଖଳା ଦେଖାଦେଇଛି । ଯାହା ଫଳରେ ଦିଲ୍ଲୀ, ଭୁବନେଶ୍ବର, ମୁମ୍ବାଇ, ଗୋଆ ଏବଂ ଅହମ୍ମଦାବାଦ ସମେତ ସମସ୍ତ ପ୍ରମୁଖ ବିମାନବନ୍ଦରରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଇଲଟ୍ ଅଭାବ ଏବଂ ନୂତନ ଡିଜିସିଏ ନିୟମାବଳୀକୁ ଏହାର କାରଣ ଭାବରେ ଦର୍ଶାଯାଇଛି।
ଅନ୍ୟପଟେ ସେବା ବ୍ୟାହତ ହେବା କାରଣରୁ ଯାତ୍ରୀମାନେ ଯେଉଁ ଯନ୍ତ୍ରଣା ଭୋଗିଛନ୍ତି, ସେଥିପାଇଁ କମ୍ପାନି କ୍ଷମା ମାଗିବା ସହ ଟଙ୍କା ଫେରସ୍ତ ନେଇ ଏକ ବଡ଼ ଘୋଷଣା କରିଛି ।