ହ୍ୟାଟ୍ରିକ ଶତକ ମାରିବେ କି କୋହଲି: ରିପିଟ ଅପେକ୍ଷାରେ ଇତିହାସ
ସାତ ବର୍ଷର ଇତିହାସକୁ ପୁନରାବୃତ୍ତି କରିବାର ସୁଯୋଗ
ବ୍ୟୁରୋ:ହ୍ୟାଟ୍ରିକ ଶତକ ଅପେକ୍ଷାରେ କିଙ୍ଗ କୋହଲି। ଲଗାତାର ତିନୋଟି ମ୍ୟାଚରେ ଶତକ ମାରିବାର ବଡ ସୁଯୋଗ ରହିଛି କୋହଲିଙ୍କ ପାଖରେ।ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଶେଷ ଦିନିକିଆ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ବିଶାଖାପାଟଣାରେ ଅନୁଷ୍ଠିତ ହେବ। ପୁଣି ଥରେ ବିରାଟ କୋହଲିଙ୍କ ପାଖରେ ସାତ ବର୍ଷର ଇତିହାସକୁ ପୁନରାବୃତ୍ତି କରିବାର ସୁଯୋଗ ଅଛି।
୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ତିନୋଟି ମ୍ୟାଚରେ ଶତକ ମାରିଥିଲେ। ୨୦୧୮ରେ, ବିରାଟ ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଥିଲେ। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ୍ ସମୟରେ ଏହି ଐତିହାସିକ ସଫଳତା ହାସଲ କରିଥିଲେ। ସେ ୨୦୧୮ ମସିହା ଅକ୍ଟୋବର ୨୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୪୦ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ। ଏହି ସମୟରେ ଲଗାତାର ତିନି ତିନୋଟି ଶତକ ମାରିଥିଲେ। ଏବେ ପୁଣି ଥରେ ଇତିହାସ ରିପିତଟ କରିବାର ସୁଯୋଗ ରହିଛି କୋହଲିଙ୍କ ପାଖରେ।