thelifelinemedia
Latest Odisha News, Breaking News Today

ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ କଲେ ମୋଦି:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଲେ 

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପହଲଗମ୍ ଘଟଣାକୁ ମନେ ପକାଇଛନ୍ତି ମୋଦି

ନୂଆଦିଲ୍ଲୀ: ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ କଲେ ମୋଦି।ପୁଟିନଙ୍କ ଆଗରେ ଉଠାଇଲେ ପହଲଗାମ ହମଲା କଥା। ଋଷର କ୍ରୋକସ୍ ସିଟି ହଲ୍ ଆଟାକ ସହ ପହଲଗାମର ତୁଳନା କଲେ ମୋଦି ।ଆତଙ୍କବାଦ୍ ବିରୁଦ୍ଧରେ ମୋଦି ଓ ପୁଟିନଙ୍କ ରଣହୁଙ୍କାର ।ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପହଲଗମ୍ ଘଟଣାକୁ ମନେ ପକାଇଛନ୍ତି ମୋଦି। ଋଷ ରାଷ୍ଟ୍ରପତି ପୁଟିନଙ୍କ ଆଗରେ ବଖାଣିଛନ୍ତି ସେଇ ମୂହୁର୍ତ୍ତର ଛାତିଥରା ଘଟଣାକୁ। ପରୋକ୍ଷରେ ବିଶ୍ୱକୁ ପୁଣି ଥରେ ମନେ ପକାଇ ଦେଇଛନ୍ତି ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ କେତେ ଗମ୍ଭୀର।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କ୍ରୋକସ୍ ସିଟି ହଲ୍ ସହିତ ତୁଳନା କରି ରୁଷକୁ ମଧ୍ୟ ନିଜ ସହ ସାମିଲ କରିଛନ୍ତି ମୋଦି।ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦ ବିରୁଦ୍ଧରେ ଏକତା ପ୍ରଦର୍ଶନ କରିବାକୁ ସହମତ ହୋଇଛନ୍ତି।

 

Leave A Reply

Your email address will not be published.