thelifelinemedia
Latest Odisha News, Breaking News Today

ମୋଦି ପୁଟିନ୍‌ଙ୍କ ବନ୍ଧୁତ୍ୱ ଦେଖିଲା ବିଶ୍ୱ:ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU

ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ: ଭାରତ-ରୁଷିଆ ସମ୍ପର୍କ ଧ୍ରୁବ ତାରା ସଦୃଶ। ଆର୍ଥିକ ସହଭାଗିତା ନେଇ ସହମତି ହୋଇଛି ଦୁଇ ଦେଶ ମଧ୍ୟରେ। ୨୩ତମ ଶିଖର ସମ୍ମିଳନୀରେ ଭାରତ ଓ ଋଷ ମଧ୍ୟରେ ହେଲା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU। ବିଶ୍ଵ ଦେଖିଲା ଭାରତ ଓ ଋଷ ମଧ୍ୟରେ। ସଂପର୍କର ସହଭାଗିତା। ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍‌ଙ୍କ ମିଳିତ ପ୍ରେସ୍‌ ବିବୃତି ପରେ ସାମ୍ନାକୁ ଆସିଲା ବଡ଼ ଖବର। ୨୦୩୦ ପର୍ଯ୍ୟନ୍ତ ଇକୋନ୍‌ମିକ୍‌ କୋପରେସନ୍‌ ପାର୍ଟନର ନେଇ ସହମତି ହୋଇଛି।

ସେହିପରି ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିବ ବୋଲି ଜଣାପଡିଛି। ରୁଷିଆ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ-ଟୁରିଷ୍ଟ ଭିସା ଜାରି କରିବା ଭାରତ। ୩୦ ଦିନିଆ ଗ୍ରୁପ୍ ଟୁରିଷ୍ଟ ଭିସା ଆରମ୍ଭ କରିବାକୁ ଯାଉଛୁ ବୋଲି ମୋଦି କହିଛନ୍ତି।

 

Leave A Reply

Your email address will not be published.