thelifelinemedia
Latest Odisha News, Breaking News Today

କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା: ଚାରିଆଡୁ ସମାଲୋଚନା ପରେ ମାଗିଲେ କ୍ଷମା

ଜଗନ୍ନାଥ ଜୀ ମୋ ଆରାଧ୍ୟ, ଓଡ଼ିଶା ମୋ ଅତି ପ୍ରିୟ, ଆଉ ପୁରୀବାସୀ ମୋର ଆପଣାର କହି ଶେଷରେ କ୍ଷମା ମାଗିଛନ୍ତି ଶୁଭଙ୍କର

ଭୁବନେଶ୍ୱର: କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା। ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ନୁଆଁଇଲେ। ଚାରିଆଡୁ ସମାଲୋଚନା ପରେ ମାଗିଲେ କ୍ଷମା ।ମହାପ୍ରଭୁଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ । ଜଗନ୍ନାଥ ଜୀ ମୋ ଆରାଧ୍ୟ, ଓଡ଼ିଶା ମୋ ଅତି ପ୍ରିୟ, ଆଉ ପୁରୀବାସୀ ମୋର ଆପଣାର। କିଛି ଏଇଭଳି ଶବ୍ଦ କହି କ୍ଷମା ମାଗିଛନ୍ତି ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରା। କହିଲେ ମୁଁ ଦେଇଥିବା ବୟାନ ମୋ ନିଜର ନୁହେଁ, ମୁଁ ଏହା ଶୁଣିଛି। ଜଗନ୍ନାଥ ଜୀ ମୋ ଆରାଧ୍ୟ, ଓଡ଼ିଶା ମୋ ଅତି ପ୍ରିୟ, ଆଉ ପୁରୀବାସୀ ମୋର ଆପଣାର କହି ଶେଷରେ କ୍ଷମା ମାଗିଛନ୍ତି ଶୁଭଙ୍କର।

କିଛି ଦିନ ପୂର୍ବରୁ ମହାପ୍ରଭୁଙ୍କୁ ନେଇ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଗଲେ, ସେମାନଙ୍କର ସଂପର୍କ ସଫଳ ହେବ ନାହିଁ। ବିବାଦୀୟ ମନ୍ତବ୍ୟ ପରେ ଶୁଭଙ୍କର ମିଶ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା।

Leave A Reply

Your email address will not be published.