thelifelinemedia
Latest Odisha News, Breaking News Today

ଧାନ ସଂଗ୍ରହ: ୫ ଜିଲ୍ଲାକୁ ପ୍ରାୟ ୩ ଲକ୍ଷ ଟୋକେନ୍

୫ ଜିଲ୍ଲାକୁ ମୋଟ୍‌ ୨ ଲକ୍ଷ ୯୪ ହଜାର ୫୯୪ଟି ଟୋକେନ ଦିଆଯାଇଛି

ଭୁବନେଶ୍ୱର: ଧାନ ସଂଗ୍ରହ ପ୍ରକ୍ରିୟାରେ ୫ ଜିଲ୍ଲାକୁ ଦିଆଯାଇଛି ଟୋକେନ। ୫ ଜିଲ୍ଲାକୁ ମୋଟ୍‌ ୨ ଲକ୍ଷ ୯୪ ହଜାର ୫୯୪ଟି ଟୋକେନ ଦିଆଯାଇଛି। ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏ ନେଇ ଉତ୍ତର ରଖିଛନ୍ତି। ବରଗଡ଼ରେ ୭୩୬୯୬, ବଲାଙ୍ଗିରରେ ୫୩୦୯୦, କଳାହାଣ୍ଡିରେ ୮୮୬୬୬ ଟୋକେନ୍। ନୂଆପଡ଼ାରେ ୨୯୭୮୬, ସମ୍ବଲପୁରରେ ୪୯୩୩୩ ଜଣଙ୍କୁ ଟୋକେନ୍ ଦିଆଯାଇଛି।ଶୀଘ୍ର ଅନ୍ୟ ଅଞ୍ଚଳରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ।

ଚଳିତ ଖରିଫ ଋତୁରେ ୧୯ ଲକ୍ଷ ୬୭ ହଜାର ୮୧୨ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଆଗକୁ ଶହେଟି ମଡେଲ ମଣ୍ଡି ଖୋଲିବାକୁ ସରକାର ଯୋଜନା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.