thelifelinemedia
Latest Odisha News, Breaking News Today

ସମ୍ପତ୍ତି ତାଲିକା ନଦେଲେ ପ୍ରମୋଶନ୍ ନାହିଁ: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଜାରି

ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ରହିଛି ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ପତ୍ତି ତାଲିକା ନଦେଲେ ସରକାରୀ ବାବୁଙ୍କର ପ୍ରମୋଶନ୍ ହେବ ନାହିଁ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ଚିଠି। ଚିଠିରେ ଲେଖା ଯାଇଛି ଯେ ସରକାରୀ ବାବୁ ଯଦି ସମ୍ପତ୍ତି ତାଲିକା ଦେଉ ନାହାନ୍ତି ତା ହେଲେ ସେମାନଙ୍କର ପ୍ରମୋସନ୍ ହେବ ନାହିଁ। ଏ ନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି ACS ସୁରେନ୍ଦ୍ର କୁମାର।

ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ରହିଛି ନିର୍ଦ୍ଦେଶ। ସମ୍ପତ୍ତି ତାଲିକା ଦେବାକୁ ବହୁବାର GA ବିଭାଗ ଚିଠି କରିଛି। ହେଲେ କିଛି ସରକାରୀ ବାବୁ ତାଲିକା ଦେଇନାହାନ୍ତି। ବାରମ୍ବାର ଚିଠି ପରେ ସମ୍ପତ୍ତି ବାବଦରେ ସବିଶେସ ତଥ୍ଯ ଦେଉନାହାନ୍ତି। ଏବେ ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ନ ଦେଲେ ପ୍ରମୋସନରୁ ସରକାରୀ ବାବୁ ବାଦ୍ ପଡ଼ିବେ ବୋଲି ସଧାରଣ ପ୍ରଶାସନ ବିଭାଗ କହିଛି।

 

Leave A Reply

Your email address will not be published.