thelifelinemedia
Latest Odisha News, Breaking News Today

ପ୍ରତି ପଞ୍ଚାୟତରେ ଦିଆଯିବ ପିଅନଙ୍କୁ ନିଯୁକ୍ତି:ଗାଁକୁ ସରକାରଙ୍କ ଗୁରୁତ୍ଵ

ମାସିକ ୧୩ ହଜାର ୧୬୦ ଟଙ୍କା ଦରମା ମିଳିବ

ଭୁବନେଶ୍ୱର: ଗାଁକୁ ସରକାରଙ୍କ ଗୁରୁତ୍ଵ । ରାଜ୍ୟର ପ୍ରତି ପଞ୍ଚାୟତରେ ଦିଆଯିବ ପିଅନଙ୍କୁ ନିଯୁକ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ।ଏଣିକି ପ୍ରତି ପଞ୍ଚାୟତରେ ନିଯୁକ୍ତ ପାଇବେ ଗ୍ରାମ ପଞ୍ଚାୟତ ପିଅନ। ସରକାର ଏ ନେଇ ବିଧି ବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ଓଡ଼ିଶାର ୩୦ ଜିଲ୍ଲା ୩୧୪ ବ୍ଲକରେ ମୋଟ ୬ ହଜାର ୭୯୪ ପଞ୍ଚାୟତ ରହିଛି । ସରକାରୀ ଚିଠି ଅନୁସାରେ, ରାଜ୍ୟର ସମସ୍ତ ପଞ୍ଚାୟତରେ ସୃଷ୍ଟି ହେବ ପିଅନ ପଦବୀ । ଏହି ପଦବୀର ନାଁ ରହିବ ଗ୍ରାମ ପଞ୍ଚାୟତ ପିଅନ ।

ପଞ୍ଚାୟତ ପିଅନଙ୍କୁ ସରକାର ମାସିକ ୧୩ ହଜାର ୧୬୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପଞ୍ଚାୟତ ଫଣ୍ଡରୁ ପିଅନଙ୍କୁ ଦରମା ଦିଆଯାଉଥିଲା। ହେଲେ ଏବେ ସରକାର ଦରମା ଦେବେ। ମାସିକ ୧୩ ହଜାର ୧୬୦ ଟଙ୍କାର ବେତନ ଦେବେ ପିଅନଙ୍କୁ।ତେବେ ଏହି ଦରମା ପିଅନଙ୍କ କାର୍ଯ୍ୟ ଦକ୍ଷତା ଉପରେ ବଢ଼ିପାରେ କିମ୍ବା ହ୍ରାସ ପାଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି

Leave A Reply

Your email address will not be published.