thelifelinemedia
Latest Odisha News, Breaking News Today

ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା, ଦକ୍ଷିଣ ଭାରତକୁ ଆଲର୍ଟ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଭାରତ ଆଡକୁ ମୁହାଁଇଛି ଡିଟୱା। ନିଆଁ ବେଗରେ ମାଡି ଆସୁଛି ଭାରତକୁ।ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରଭାବ ଦେଖା ଦେଲାଣି। ସମୁଦ୍ର ଅଶାନ୍ତ ରହିଥିବା ବେଳେ ବର୍ଷା ଆରମ୍ଭ ହୋଇଗଲାଣି। ଝଡ ଯେତେ ଭାରତର ନିକଟତର ହେଉଛି ସେତେ ପାଣିପାଗରେ ପରିବର୍ତ୍ତନ ଦେଖା ଦେଉଛି।

ଆଜି ସନ୍ଧ୍ୟା ସୁଦ୍ଧା ଝଡ଼ର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ରହିଛି।ଏବେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ଏହି ଝଡ଼।
ତାମିଲନାଡୁ ଓ ପଣ୍ଡିଚେରୀରେ ବତ୍ୟା ଆଲର୍ଟ ଜାରି କରାଯାଇଛି।ତାମିଲନାଡୁ ସମେତ ୩ ରାଜ୍ୟରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଝଡ ତାଣ୍ଡବରେ ଶ୍ରୀଲଙ୍କାରେ ମୃତ୍ୟୁସଂଖ୍ୟା ୧୫୩ ଛୁଇଁଛି । ବର୍ଷା, ବାତ୍ୟା, ବନ୍ୟାରେ ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କୁହାଯାଉଛି। ୨୦୦ରୁ ଅଧିକ ଲୋକ ଏବେ ସୁଦ୍ଧା ନିଖୋଜ ରହିଛନ୍ତି। ଆହୁରି ଜଟିଳ ସ୍ଥିତି ଆଗକୁ ଶ୍ରୀଲଙ୍କାରେ ଉପୁଜିପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଭାରତରେ ଏହି ଝଡ଼ର ପ୍ରଭାଵ ପଡ଼ିବା ଆଶଙ୍କା ଥିବାରୁ କିଛି ବିମାନ ଓ ଟ୍ରେନ ସେବା ବାତିଲ କରାଯାଇଛି।

Leave A Reply

Your email address will not be published.