୨୦,୧୫୦ ଅଙ୍ଗନବାଡି ଘର ନାହିଁ: ଭଡ଼ା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର
ଖୁବ୍ଶୀଘ୍ର ନିଜସ୍ୱ ଗୃହରେ ଚାଲିବ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର
ଭୁବନେଶ୍ୱର: ୨୦.୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ।ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀଙ୍କ ଉତ୍ତର ସାମ୍ନାକୁ ଆସିଛି। ରାଜ୍ୟରେ ମୋଟ୍ ୭୪, ୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି।ଏବେ ୫୪, ୦୭୪ଟି ଅଙ୍ଗନବାଡି ନିଜସ୍ୱ ଗୃହରେ ଚାଲିଛି ।୧୦, ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ରକୁ ପରିବର୍ତ୍ତନ କରାଯାଇଛି।
ବର୍ତ୍ତମାନ ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି।୧୦,୪୬୯ ଟି ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି।ଆଜିବି ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲିଛି।ଖୁବ୍ଶୀଘ୍ର ନିଜସ୍ୱ ଗୃହରେ ଚାଲିବ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର।ଜାଗା ନ ଥିଲେ ପଞ୍ଚାୟତିରାଜ ବିଭାଗ ସହଯୋଗରେ କିଣାଯିବ ଜାଗା ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି।