thelifelinemedia
Latest Odisha News, Breaking News Today

ବଙ୍ଗୋପସାଗର ଉପରେ ବାତ୍ୟା ‘ଡିଟ୍‌ୱା’: ଓଡ଼ିଶା ଉପରେ ନାହିଁ ପ୍ରଭାଵ 

ବଳ ଗୋଟାଇ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ

ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳ ଉପରେ ରହିଥିବା ବାତ୍ୟା ‘ଡିଟ୍‌ୱା’ ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି।ଏହା ବଳ ଗୋଟାଇ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୩୦ ତାରିଖ ଭୋର୍‌ ସୁଦ୍ଧା ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାଵ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଅନ୍ୟପଟେ ଆଗକୁ 4 ଦିନ ଆହୁରି ପାରଦ ଖସିବ। ଅଧିକ ଶୀତ ଅନୁଭୂତ ହେବ।ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସେଠାରେ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬ ଡିଗ୍ରି କମ୍‌ ରହୁଛି। ଅନ୍ୟପଟେ ସାରା ରାଜ୍ୟରେ ଘନ କୁହୁଡି ରହୁଛି ଦକ୍ଷିଣ ଓଡିଶାରେ ଘନ କୁହୁଡିର ମାତ୍ରା ଅଧିକ। ଆଗକୁ ସାମଗ୍ରିକ ଭାବେ ସାର ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ।

Leave A Reply

Your email address will not be published.