thelifelinemedia
Latest Odisha News, Breaking News Today

ଶୀତରେ ଥରୁଛି ଓଡ଼ିଶା: ସାରା ରାଜ୍ୟରେ ଘନ କୁହୁଡ଼ି

୫ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି

ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା।୫ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ରାତିରେ ଆହୁରି ଖସିବ ପାରଦ। ଜୋରରେ ହେବ ଶୀତ । କିଛି ଅଞ୍ଚଳରେ ଘନ କୁହୁଡି କରୁଛି ଅସ୍ତବ୍ୟସ୍ତ କରୁଛି।ଶୀତ ସାଙ୍ଗକୁ ଘନ କୁହୁଡିରେ ଆକ୍ତାମାକ୍ତା ସାରା ଓଡିଶା। ପ୍ରାୟତଃ ରାଜ୍ୟରେ ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିଥିବା ବେଳେ କିଛି କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଯଦିଓ କୌଣସି ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନାହିଁ କିନ୍ତୁ ପୂର୍ବ ଅପେକ୍ଷା ଅଧିକ ଜାଡ଼ ଅନୁଭୂତ ହେଉଛି। ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସେଠାରେ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬ ଡିଗ୍ରି କମ୍‌ ରହୁଛି। ଅନ୍ୟପଟେ ସାରା ରାଜ୍ୟରେ ଘନ କୁହୁଡି ରହୁଛି ଦକ୍ଷିଣ ଓଡିଶାରେ ଘନ କୁହୁଡିର ମାତ୍ରା ଅଧିକ। ଆଗକୁ ମଧ୍ଯ ଅଧିକ କୁହୁଡ଼ି ପରିଲକ୍ଷିତ ହେବ।

Leave A Reply

Your email address will not be published.