thelifelinemedia
Latest Odisha News, Breaking News Today

ବାଣିଜ୍ୟ ମେଳାରେ ଓଡ଼ିଶାକୁ ସ୍ବର୍ଣ୍ଣ: ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (ITPO) ତରଫରୁ ପୁରସ୍କାର

ନୂଆଦିଲ୍ଲୀରେ ଅନୁଷ୍ଠିତ ବାଣିଜ୍ୟ ମେଳାରେ ଓଡ଼ିଶାକୁ ଏହି ପୁରସ୍କାର

ଭୁବନେଶ୍ୱର: ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ରେ ଓଡ଼ିଶାକୁ ସ୍ବର୍ଣ୍ଣପଦକ ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବାଣିଜ୍ୟ ମେଳାରେ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (ITPO) ତରଫରୁ ପୁରସ୍କାର ମିଳିଛି। ଏହି ସଫଳତା ପାଇଁ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ମର୍ଯ୍ୟାଦାକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ବାଣିଜ୍ୟ ମେଳାରେ ୩୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ। ବିଭିନ୍ନ ରାଜ୍ୟ ନିଜର ପ୍ରଦର୍ଶନୀ ଦେଖାଇଥିଲେ। ଯେଉଁଥିରେ ଓଡ଼ିଶାକୁ ପୁରସ୍କାର ମିଳିଛି। ଯାହା ରାଜ୍ୟର ଗୌରବକୁ ଜାତୀୟ ସ୍ତରରେ ବୃଦ୍ଧି କରିଛି।

Leave A Reply

Your email address will not be published.