ସରକାରୀ ଅଧିକାରୀଙ୍କ ଦରମା ବନ୍ଦ: ଜନ ଶୁଣାଣି କାର୍ଯ୍ୟକ୍ରମ ନ କରିବା ମହଙ୍ଗା ପଡ଼ିଲା
୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ
କଟକ: ଆକ୍ସନ ମୋଡରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭଉସାହେବ। ସରକାରୀ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ନ ନିର୍ଦ୍ଧେଶ ଦେଇଛନ୍ତି।୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ। ଜନ ଶୁଣାଣିକୁ କାର୍ଯ୍ୟକାରୀ ନକରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। କଟକ ଜିଲ୍ଲାର ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଦରମା ବନ୍ଦ ଅଧିକାରୀଙ୍କ ମଧ୍ୟରେ କଟକ ଡି ସି ପି ,ସି ଏମ୍ ସି କମିଶନର, କଟକ ଜିଲ୍ଲା ଏସ ପି, ବାଙ୍କୀ ,ଆଠଗଡ଼ ଉପଜିଲ୍ଲାପାଳ, କଟକ ସି ଡି ଏମ୍ ,ବିଭିନ୍ନ ବ୍ଲକ ର ତହସିଲଦାର ଓ ବିଡ଼ିଓ ମାନେ ମଧ୍ୟ ରହିଛନ୍ତି। ଏହି ସରକାରୀ ଅଧିକାରୀଙ୍କ ପାଖରେ ଅଧିକ ସଂଖ୍ୟାରେ ଜନ ଶୁଣାଣି ପହଞ୍ଚିଥିଲା। ହେଲେ ଏମାନେ ଜନ ଶୁଣାଣି କାର୍ଯ୍ୟକ୍ରମ କରୁନଥିଲେ। ଫଳରେ ଆକ୍ସନ ମୋଡରେ ନଜର ଆସିଛନ୍ତି ଜିଲ୍ଲାପାଳ।