thelifelinemedia
Latest Odisha News, Breaking News Today

ଦେବାଶିଷଙ୍କୁ କାଉଣ୍ଟର କଲେ ଗଣେଶ୍ୱର: କହିଲେ ସୁଜାତାଙ୍କ ଏଣ୍ଟ୍ରି କେବଳ କଳ୍ପନାଜଳ୍ପନା

ନବୀନ ବାବୁ ଯଦି ଗୃହବନ୍ଦୀ; ବିଧାନସଭା, ଶଙ୍ଖ ଭବନ କେମିତି ଯାଉଛନ୍ତି..

ଭୁବନେଶ୍ୱର: ବିଜେଡ଼ିରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି କେବଳ କଳ୍ପନାଜଳ୍ପନା ବୋଲି କହିଲେ ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା। ସାଂସଦ ଦେବାଶିଷଙ୍କ ଚିଠିର କାଉଣ୍ଟର କରିଛନ୍ତି ଗଣେଶ୍ୱର। କହିଲେ ଦେବାଶିଷଙ୍କ ଚିଠିର କିଛି ପ୍ରଭାବ ନାହିଁ।୨୦୨୪ ପରାଜୟର ସମୀକ୍ଷା ହୋଇଛି, ଦେବାଶିଷ ଯେମିତି ଚାହୁଁଥିଲେ ହୋଇନି। ନବୀନଙ୍କୁ ଦେଖା କରିବାରେ ବର୍ତ୍ତମାନ ଯଥେଷ୍ଟ ସୁଯୋଗ ରହିଛି। ନବୀନ ବାବୁ ଯଦି ଗୃହବନ୍ଦୀ; ବିଧାନସଭା, ଶଙ୍ଖ ଭବନ କେମିତି ଯାଉଛନ୍ତି ବୋଲି ଗଣେଶ୍ୱର କହିଛନ୍ତି।

ଦେବାଶିଷଙ୍କ ଭାଷାରେ ଗୃହବନ୍ଦୀର ସଂଜ୍ଞା କଣ ବଦଳି ଗଲାକି ବୋଲି ସେ ପ୍ରଶ୍ନ କରିଛନ୍ତି।ସୁଜାତା କାର୍ତ୍ତିକେୟାନଙ୍କ ବିଜେଡିକୁ ଆସିବା ମୋ କାନରେ ପଡ଼ି ନାହିଁ।ଯଦି ଜଣେ ବ୍ୟକ୍ତି ଆସିଲେ ତାଙ୍କୁ ସମ୍ମାନ ଓ ସୁଯୋଗ ଦେବୁନୁ କାହିଁକି ବୋଲି ଦେବାଶିଷଙ୍କୁ କାଉଣ୍ଟର କରିଛନ୍ତି ଗଣେଶ୍ୱର ବେହେରା।

Leave A Reply

Your email address will not be published.