ଟେଷ୍ଟ ସିରିଜ ହାରିଲା ଭାରତ: ପ୍ରଶିକ୍ଷକ ଗମ୍ଭୀରଙ୍କ ଭୂମିକାକୁ ନେଇ ପ୍ରଶ୍ନ
୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଭାରତରେ ସିରିଜ୍କୁ ହ୍ବାଇଟ୍ ଓ୍ବାଶ୍ କରିଛି
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜ୍ରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ । କୋଲକାତା ଟେଷ୍ଟ ପରାଜୟ ପରେ ଗୌହାଟୀ ଟେଷ୍ଟରେ ମଧ୍ୟ ଭାରତର ଶୋଚନୀୟ ପରାଜୟ ହୋଇଛି। ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖପା ହୋଇଛନ୍ତି କ୍ରିକେଟ୍ ପ୍ରେମୀ।୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଭାରତରେ ସିରିଜ୍କୁ ହ୍ବାଇଟ୍ ଓ୍ବାଶ୍ କରିଛି ।
ଦଳ ସିରିଜ ହାରିବା ପରେ କୋଚଙ୍କ ଭୂମିକାକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର। କୋଚ ଗୌତମ ଗମ୍ଭୀରଙ୍କ ପରିଚାଳନାକୁ ନେଇ ପ୍ରଶ୍ନ କରିଛନ୍ତି। ଟିମ୍ ଇଣ୍ଡିଆର ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ, ଅନିୟନ୍ତ୍ରିତ ରୋଟେସନ୍ ଏବଂ ପିଚ୍-ଆଧାରିତ ରଣନୀତି ପ୍ରଶଂସକମାନଙ୍କୁ କ୍ରୋଧିତ କରିଛି। ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ଗମ୍ଭୀର ଖେଳାଳିମାନଙ୍କୁ ସେମାନଙ୍କର ସଠିକ୍ ବ୍ୟାଟିଂ ପୋଜିସନରେ ସ୍ଥିର ହେବାକୁ ଦେଉ ନାହାନ୍ତି। ଫଳରେ ଦଳ ଦକ୍ଷିଣ ଆଫ୍ରିକା ସାମ୍ନାରେ ହାର ମାନିଲା