thelifelinemedia
Latest Odisha News, Breaking News Today

ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା: ଦକ୍ଷିଣ ଓଡ଼ିଶାରେ ପାଗ ରହିବା ମେଘୁଆ 

ଓଡ଼ିଶାରେ ଏହାର ସିଧାସଳଖ କୌଣସି ପ୍ରଭାବ ରହିବନି

ଭୁବନେଶ୍ୱର: ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା। ଦୁଇ ଦୁଇଟି ବାତ୍ୟାକୁ ନେଇ ଛନକା । ଦକ୍ଷିଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ଅନୁମାନ କରାଯାଇଅଛି ।ଯାହା ଆକଳନ କରାଯାଉଥିଲା ସେୟା ହେଲା। ଯୋଡ଼ା ବାତ୍ୟା ସହିତ ଅସ୍ଥିର ହୋଇପଡ଼ିଛି ବଙ୍ଗୋପସାଗର। ଦୁଇଟି ଦୁଇଟି ବାତ୍ୟା ମାଡ଼ି ଆସୁଛି। ଗୋଟିଏ ପଟେ ମାଲାକ୍କା ସମୁଦ୍ର ସନ୍ଧି ଓ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ବାତ୍ୟା ସେନୟାର ଇଣ୍ଡୋନେସିଆରେ ସ୍ଥଳଭାଗ ଅତିକ୍ରମ କରିଛି।

ଅନ୍ୟପଟେ ଶ୍ରୀଲଙ୍କା ସିଷ୍ଟମରେ ସୃଷ୍ଟ ଲଘୁଚାପ ଆଗକୁ ବାତ୍ୟାର ରୂପ ନେଇପାରେ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସମ୍ଭାବ୍ୟ ସାଇକ୍ଲୋନ୍ ତାମିଲନାଡୁ କିମ୍ବା ଆନ୍ଧ୍ର ଆଡ଼େ ଯାଇପାରେ। ଓଡ଼ିଶାରେ ଏହାର ସିଧାସଳଖ କୌଣସି ପ୍ରଭାବ ରହିବନି। କେବଳ ୩୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇପାରେ ।

Leave A Reply

Your email address will not be published.